www.samajalive.in
Saturday, December 6, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଶକୁନ୍ତଳା ଦେବୀ’ ଟିଜର୍‍ : ପ୍ରଥମ ଲୁକ୍‌ରେ କିଛି ନିଆରା ଲାଗୁଛନ୍ତି ବିଦ୍ୟା

ମୁମ୍ବଇ : ଦର୍ଶକଙ୍କୁ ‘ମିଶନ ମଙ୍ଗଳ’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେବା ପରେ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ଅନ୍ୟ ଏକ ପ୍ରୋଜେକ୍ଟର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଗଣିତ ଯାଦୁକର ଶକୁନ୍ତଳା ଦେବୀଙ୍କ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ଟିଜର ଓ ବିଦ୍ୟାଙ୍କ ପ୍ରଥମ ଲୁକ୍‍ ସୋମବାର ରିଲିଜ୍‍ ହୋଇଛି। ବିଦ୍ୟା ନିଜେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ଟିଜର୍‍ ଶେୟାର କରିଛନ୍ତି। ଏହି ଟିଜରରେ ଶକୁନ୍ତଳା ଦେବୀଙ୍କ ପରିଚୟ ଦର୍ଶାଯାଇଛି। ଏହାସହିତ ତାଙ୍କ ପ୍ରତିଭା ବିଷୟରେ ମଧ୍ୟ ସାମାନ୍ୟ ଅବଗତ କରାହୋଇଛି। ଏଥିରେ ବିଦ୍ୟା ଶାଢୀ ଓ ବବ୍‍ ହେୟାରକଟ୍‍ରେ ଶକୁନ୍ତଳା ଦେବୀଙ୍କ ଭଳି ଦେଖାଯାଉଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଅନୁ ମେନନ ବହନ କରିଛନ୍ତି।

କିଏ ଏହି ଶକୁନ୍ତଳା ଦେବୀ?

- Advertisement -

ଶକୁନ୍ତଳା ଦେବୀ ଜଣେ ଭାରତୀୟ ଲେଖିକା ଓ ମେଣ୍ଟଲ୍‍ କାଲକୁଲେଟର ଥିଲେ। ମସ୍ତିଷ୍କରେ ହିଁ ସବୁକିଛି ଗଣନା ତଥା ହିସାବ କରିବା ଭଳି ଅଦ୍ଭୁତ କ୍ଷମତାର ଅଧିକାରୀ ହୋଇଥିବାରୁ ସେ ହ୍ୟୁମାନ୍‍ କମ୍ପ୍ୟୁଟର ନାଁରେ ପରିଚିତ ଥିଲେ। ଗିନୀଜ୍‍ ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ସ୍‌ରେ ମଧ୍ୟ ତାଙ୍କ ନାମ ସ୍ଥାନ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories