www.samajalive.in
Saturday, December 6, 2025
26.1 C
Bhubaneswar

ମାର୍ଚ୍ଚ ୨୩କୁ ଘୁଞ୍ଚିଲା ଶାହିନବାଗ୍ ଶୁଣାଣି

ନୂଆଦିଲ୍ଲୀ : ଶାହିନବାଗରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଗତ ଦୁଇମାସରୁ ଚାଲିଥିବା ଧାରଣା ଏବଂ ବିକ୍ଷୋଭକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ଏହି ଶୁଣାଣିରେ କୌଣସି ନଷ୍କର୍ସ ବାହାରି ପାରିନଥିଲା। ଯାହା ଫଳରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆଗାମି ମାର୍ଚ୍ଚ ୨୩ରେ କରିବେ ବୋଲି ସମୟ ଧାର୍ୟ୍ୟ କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ କହିଥିଲେ ଏହି ମାମଲାରେ ବର୍ତ୍ତମାନ କୌଣସି ହସ୍ତକ୍ଷେପ କରିବେ ନାହିଁ। ବୁଧବାର ଏହି ମାମଲାର ଶୁଣାଣି ସମୟରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ କି ଦିଲ୍ଲୀ ହାଇକୋର୍ଟ ଆନ୍ଦୋଳନକାରୀଙ୍କ ପକ୍ଷ ଶୁଣିସାରିଛନ୍ତି।

ଅନ୍ୟପକ୍ଷରେ ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ୩ଦିନ କାଳ ଶାହୀନ ବାଗ ଯାଇ ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସୋମବାର ସେମାନେ ସୁପ୍ରିମକୋର୍ଟରେ ଆଲୋଚନାର ରିପୋର୍ଟକୁ ସିଲ୍‌ କଭରରେ ଦାଖଲ କରିଛନ୍ତି। ହେଲେ ଏହା ଉପରେ ଆଜି ଶୁଣାଣି ବେଳେ କୋର୍ଟ କୌଣସି ଟିପ୍ପଣୀ କରିନାହାନ୍ତି।

- Advertisement -

ଯେବେଠାରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଦେଶରେ ଲାଗୁ ହୋଇଛି ସେବେଠାରୁ ଶାହୀନ ବାଗରେ ଶତାଧିକ ପୁରୁଷ ଓ ମହିଳା ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି। କେବଳ ଆମ୍ବୁଲାନ୍ସ ଓ ସ୍କୁଲ ଗାଡ଼ିକୁ ଯିବା ଆସିବା କରିବାକୁ ଆନ୍ଦୋଳନକାରୀ ଅନୁମତି ଦେଇଛନ୍ତି। ହେଲେ ସାଧାରଣ ଲୋକ ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories