www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ; ସୁପ୍ରିମକୋର୍ଟରେ ହେଲା ଜରୁରୀ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟର ସାଧାରଣ ସଚିବ ସଞ୍ଜୀବ ସୁଧାକର କଲଗାଓଁକର କହିଛନ୍ତି। ଏପରି ଅଭିଯୋଗ ଅତ୍ୟନ୍ତ ଦୁର୍ଭାବନାପୂର୍ଣ୍ଣ। ଏହା ଉପରେ ଶୁଣାଣି ହେବ। ଏଥିପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ‘ମ୍ୟାଟର ଅଫ ଗ୍ରେଟ ପବ୍ଲିକ ଇମ୍ପୋର୍ଟାନ୍ସ ବା ମହାନ ସାର୍ବଜନିକ ମହତ୍ଵ ମାମଲା’ ଭାବେ ଦର୍ଶାଇଛନ୍ତି।

ଶନିବାର ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉପରେ ଏକ ଜରୁରୀ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ବାରା ବିଚାରପତି ଅରୁଣ ମିଶ୍ରା ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି, ଆଜି ବିଚାର ବିଭାଗ ପ୍ରତି ଭୟଙ୍କର ବିପଦ ମାଡ଼ିଆସିଛି। ଏହା ମୋତେ ଅବିଶ୍ଵସନୀୟ ଲାଗୁଛି। ମୁଁ ଭାବୁନି ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ମୋତେ ଏତେ ତଳକୁ ଖସିବାକୁ ପଡ଼ିବ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଛି ବୋଲି ଗୋଗୋଇ କହିଛନ୍ତି। ମୁଁ ଆଗାମୀ ସପ୍ତାହରେ ଏକ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛି, ତେଣୁ ମୋ ବିରୋଧରେ ଏପରି ଅଭିଯୋଗ କରାଯାଇଛି। ମୋର ଆଉ ୭ମାସ କାର୍ଯ୍ୟକାଳ ରହିଛି। ଏହା ଭିତରେ ମାମଲାଗୁଡ଼ିକର ଯେପରି ଶୁଣାଣି ହେବା କଥା ସେପରି ହେବ ବୋଲି ସେ କହିଛନ୍ତି।

- Advertisement -

ଅଭିଯୋଗକୁ ଖଣ୍ଡନ କରି ଗୋଗୋଇ କହିଛନ୍ତି, ବିଚାର ବିଭାଗ ଏବଂ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଦୁର୍ବଳ କରିବା ପାଇଁ ଅନେକ ଶକ୍ତି କାର୍ଯ୍ୟ କରୁଛନ୍ତି। ମୋ ବିରୋଧରେ ହୋଇଥିବା ଅଭିଯୋଗ ପଛରେ ଏକ ବଡ଼ ଶକ୍ତି ରହିଛି। ଯେଉଁ ମହିଳା ଏପରି ଅଭିଯୋଗ ଆଣିଛନ୍ତି ସେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ତାଙ୍କ ବିରୋଧରେ ୨ଟି ଏତଲା ରହିଛି।

ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ବିଚାରପତି ଭାବେ ମୋର ୨୦ ବର୍ଷର କ୍ୟାରିୟର ପରେ ଆଜି ମୋ ପାଖରେ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ମୋ ନିଃସ୍ବାର୍ଥପର ସେବାର ମୂଲ୍ୟ ଆଜି ମିଳିଲା।

ସୂଚନାଯୋଗ୍ୟ, ଉକ୍ତ ମହିଳା ପ୍ରଧାନ ବିଚାରପତିଙ୍କ ଘରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ଗତ ବର୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ସମ୍ପର୍କିତ ମାମଲା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲା ଏବଂ ତାମିଲନାଡୁରୁ ଟଙ୍କା ଜବତ ସମ୍ପର୍କିତ ମାମଲାର ଶୁଣାଣି ହେବାର ଅଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories