www.samajalive.in
Saturday, December 6, 2025
14.1 C
Bhubaneswar

ଜମ୍ମୁ-କାଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍‌କା: ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ନେତାଙ୍କ ଇସ୍ତଫା

ଜମ୍ମୁ: ଜମ୍ମୁ-କାଶ୍ମୀର କଂଗ୍ରେସ କମିଟିକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଗୋଟିଏ ପଟେ ଗୁଲାମ ନବୀ ଆଜାଦ ଯିବା ପରେ ଦଳ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ଅବଦୁଲ ମଜିଦ ୱାନିଙ୍କ ସମେତ ୫୦ ରୁ ଅଧିକ ନେତା କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି।

ଆଜି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାର ଚନ୍ଦ, ପୂର୍ବତନ ମନ୍ତ୍ରୀ ଅବଦୁଲ ମଜିଦ ୱାନି, ପୂର୍ବତନ ବିଧାୟକ ବଲୱାନ ସିଂହ, ପୂର୍ବତନ ମନ୍ତ୍ରୀ ଡକ୍ଟର ମନୋହର ଲାଲ ଶର୍ମା, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ବିନୋଦ ମିଶ୍ର, ବିନୋଦ ଶର୍ମା, ନରିନ୍ଦ୍ର ଶର୍ମାଙ୍କ ସମେତ ୫୦ରୁ ଅଧିକ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଏ ସମସ୍ତ ନେତା ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ କଂଗ୍ରେସ ଛାଡି ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

- Advertisement -

ଏହାପୂର୍ବରୁ ସୋମବାର ପୂର୍ବତନ ଡେପୁଟି ସ୍ପିକର ଗୁଲାମ ହାଇଦର ମଲିକଙ୍କ ସମେତ କଂଗ୍ରେସର ଆଉ ତିନିଜଣ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories