ବିସର୍ଜନ ହୁଅନ୍ତି କାହିଁକି ଶ୍ରୀ ଗଣେଶ ? ଜାଣନ୍ତୁ ଗଜାନନଙ୍କ ପୂଜାରେ କିଛି ଅଜଣାକଥା

ଅଗ୍ରପୂଜ୍ୟ ସେ ଗଜାନନ । ବିଘ୍ନବିନାଶକ ଶ୍ରୀ ଗଣେଣଙ୍କୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ତାଙ୍କ ଜନ୍ମଠାରୁ ଆରମ୍ଭ କରି ଅନେକ କିଛି କଥା ଆପଣ ଅଳ୍ପ ବହୁତ ନିହାତି ଜାଣିଥିବେ । ତାଙ୍କୁ ଏକଦନ୍ତ, ଗଜାନନ, ଗଣପତି, ବିଘ୍ନବିନାଶକ, ବକ୍ରତୁଣ୍ଡ ଏମିତି ଅନେକ ନାମରେ ତାଙ୍କୁ ପୂଜା କରାଯାଏ  । ହେଲେ ଏସବୁ ଭିତରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କୁ କାହିଁକି ଏକଦନ୍ତ ବୋଲି କୁହାଯାଏ  । ଆଉ ସେହି ଏକଦନ୍ତ ନାଁ ପଛରେ କ’ଣ ରହିଛି ରହସ୍ୟ ? ଶ୍ରୀ ଗଜାନନଙ୍କ ପୂଜା ପରେ ତାଙ୍କୁ ପାଣିରେ ବିସର୍ଜନ କରାଯାଇଥାଏ କାହିଁକି ? ଏ ସବୁ ବିଷୟରେ ଆସନ୍ତୁ ଜାଣିବା..

ପୁରାଣ ଅନୁଯାୟୀ, ମାତା ପାର୍ବତୀ ଗାଧୋଇବାକୁ ଯିବା ବେଳେ, ଗଣେଣଙ୍କୁ ମୁଖ୍ୟ ଦ୍ବାରରେ ଜଗାଇଥିଲେ  । ଆଉ ଭିତରକୁ କାହାକୁ ପ୍ରବେଶ ନକରାଇଦେବାକୁ କହିଥିଲେ  । ହେଲେ ଠିକ୍ ସେହି ସମୟରେ ଭଗବାନ ଶିବ ସେଠାରେ ପହଞ୍ଚିଥିଲେ  । ଆଉ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟାକରିଥିଲେ  । ହେଲେ ଶ୍ରୀ ଗଣେଶ ତାଙ୍କୁ ଭିତରକୁ ଛାଡ଼ିବାକୁ ଦେଇନଥିଲେ  । ଫଳରେ ଶିବ ରାଗିଯାଇ କଣେଶଙ୍କ ମସ୍ତକ ଛେଦନ କରିଥିଲେ । ପରେ ଗଣେଶଙ୍କ ମୁଣ୍ଡରେ ହାତୀର ମୁଣ୍ଡ ଲଗାଯାଇଥିଲା  । ଏ କଥାତ ଆପଣ ସମସ୍ତେ ଜଣିଥିବେ..

କିମ୍ବଦନ୍ତୀ ଅନୁଯାୟୀ, ଯେତେବେଳେ ଭଗବାନ ଶଙ୍କର ଓ ମାତା ପାର୍ବତୀ ନିଜ ଶୟନ କକ୍ଷରେ ବିଶ୍ରାମ ନେଉଥିଲେ, ସେତେବେଳେ ସେମାନେ ଗଣେଶଙ୍କୁ ଦ୍ବାର ନିକଟରେ ବସାଇଥିଲେ । ଆଉ କହିଥିଲେ କକ୍ଷ ଭିତରକୁ କାହାକୁ ପ୍ରବେଶ ନକରାଇ ଦେବାକୁ । ହେଲେ ସେହି ସମୟରେ ଶିବଙ୍କୁ ସାକ୍ଷାତ କରିବାକୁ ପ୍ରର୍ଶୁରାମ ଆସିଥିଲେ । ପିତାମାତାଙ୍କ ଆଦେଶ ପାଳନକରି ଶ୍ରୀ ଗଣେଶ ପର୍ଶୁରାମଙ୍କୁ ଭିତରକୁ ପ୍ରବେଶ କରାଇଦେଇନଥିଲେ  । ଫଳରେ ପର୍ଶୁରାମ ରାଗିଯାଇ ନିଜର ଫର୍ଶାରେ ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗିଦେଇଥିଲେ । ସେହିଦିନଠୁ ଗଣେଶଙ୍କୁ ଏକଦନ୍ତ ନାମରେ ବୋଲାଯାଏ  ।

ଗଣେଶଙ୍କୁ ନେଇ ପୁରାଣରେ ବହୁତ ତଥ୍ୟ ରହିଛି  । ପୁରାଣର ତଥ୍ୟ ଅନୁସାରେ, ଶ୍ରୀ ବେଦ ବ୍ୟାସ ଗଣେଶ ଚତୁର୍ଥୀରୁ ଶ୍ରୀ ଗଣେଶଙ୍କୁ ମହାଭାରତର କାହାଣୀ କହିବା ଆରମ୍ଭ କରିଥିଲେ । ଆଉ ଗଣପତି ମହାଭାରତର କାହାଣୀ ଶୁଣିବା ସହ ଲେଖିବା ଆରମ୍ଭ କରିଦେଇଥିଲେ  । ବ୍ୟାସ ମହାଭାରତର କାହାଣୀ କହିବା ସମୟରେ ଆଖି  ବନ୍ଦ କରି ୧୦ ଦିନ ଯାଏ କାହାଣୀ ବର୍ଣ୍ଣନା କରିଥିଲେ । ବ୍ୟାସଙ୍କ ସମସ୍ତ ବର୍ଣ୍ଣନା ଗଣପତି ଲେଖି ଚାଲିଥିଲେ  ।

୧୦ ଦିନ ପରେ ଯେତେବେଳେ ବ୍ୟାସ ଆଖି ଖୋଲି ଦେଖିଲେ, ଗଣେଶଙ୍କ ଶରୀରର ତାପମାତ୍ରା ବହୁତ ବଢ଼ି ଯାଇଥିଲା  । ସେତେବେଳେ ଗଣେଶଙ୍କ ଶରୀରର ତାପମାତ୍ରା କମାଇବାକୁ ଯାଇ ବ୍ୟାସ ତାଙ୍କୁ ପାଣିରେ ବୁଡାଇ ଦେଇଥିଲେ । ଏପରି କରିବା ପରେ ଗଣେଶଙ୍କ ଶରୀରର ତାପମାତ୍ରା କମ୍ ହୋଇଥିଲା  । ପରେ ଗଣେଶଙ୍କୁ ବ୍ୟାସ ୧୦ ଦିନ ପର୍ଯ୍ୟନ୍ତ ନିଜ ପସନ୍ଦର ଖାଦ୍ୟ ଦେଇଥିଲେ | ସେବେଠାରୁ ବିଶ୍ବାସ ରହିଛି ଗଣେଶଙ୍କୁ ଥଣ୍ଡା କରିବାକୁ ପାଣିରେ ବିସର୍ଜନ କରାଯାଏ  ।

Comments are closed.