www.samajalive.in
Saturday, December 6, 2025
19.1 C
Bhubaneswar

ସ୍ପୁଟନିକ କୋଭିଡ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)କୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ଟିକା ଉତ୍ପାଦନ ସହିତ ତାହାର ଯାଞ୍ଚ, ମାନବୀୟ ପରୀକ୍ଷା ଏବଂ ଫଳାଫଳ ବିଶ୍ଳେଷଣ କରାଯିବ। ସରକାରୀ ସୂତ୍ରରୁ କୁହାଯାଇଛି ଯେ ହାଇଦରାବାଦସ୍ଥିତ ଏହି କମ୍ପାନୀକୁ ଶୁକ୍ରବାର ଅନୁମତି ମିଳିଛି। ମସ୍କୋର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ସହିତ ମିଶି ସେରମ୍‍ ଏହି ଟିକା ଉତ୍ପାଦନ କରିବ। ଅବଶ୍ୟ ଏଥିପାଇଁ ଡିସିଜିଆଇ ଚାରିଟି ସର୍ତ୍ତ ରଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏଥିପାଇଁ ଗାମାଲେୟା ଇନଷ୍ଟିଚ୍ୟୁଟ ସହିତ ହୋଇଥିବା ରାଜିନାମାର ନକଲ ଦାଖଲ କରିବ। ତାହାସହିତ ସେଲ୍‍ ବ୍ୟାଙ୍କ ଏବଂ ଭାଇରସ ଷ୍ଟକ ଆମଦାନୀ ନିମନ୍ତେ ଆରସିଜିଏମଙ୍କ ଅନୁମୋଦନର ନକଲ ସହିତ ସ୍ପୁଟନିକ ଟିକା ନିମନ୍ତେ ଭାଇରାଲ ଭେକ୍ଟର ଉପରେ ଗବେଷଣା ଓ ବିକାଶ ସମ୍ପର୍କିତ ଆରସିଜିଏମ ଅନୁମତିର ଏକ ନକଲ ଦାଖଲକରିବ। ରୁଷିଆର ଏହି ଟିକା ସଂପ୍ରତି ଡ.ରେଡିସ ଲାବୋରେଟୋରୀ ଦ୍ୱାରା ଭାରତରେ ଉତ୍ପାଦନ କରାଯାଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories