www.samajalive.in
Saturday, December 6, 2025
17.1 C
Bhubaneswar

କାରକୁ ଧକ୍କା ଦେଲା ୨ଟି ଟ୍ରକ, ଅଳ୍ପକେ ବର୍ତ୍ତିଲା ପରିବାର

ରେଙ୍ଗାଲିକ୍ୟାମ୍ପ: କାରକୁ ଧକ୍କା ଦେଲେ ୨ଟି ଟ୍ରକ। ଅଳ୍ପକେ ବର୍ତ୍ତିଲା ପୂରା ପରିବାର। ଏମିତି ଏକ ଦୁର୍ଘଟଣା ଘଟିଛି ଅତାବିରା ଏନଏସିସ୍ଥିତ ରାମଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାରେ। ବରଗଡ଼ରୁ ଅତାବିରା ଅଭିମୁଖେ ଆସୁଥିବା ଏକ କାରକୁ ସମ୍ବଲପୁରରୁ ବରଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା। କାରଟି ଧକ୍କା ଖାଇ ସନ୍ତୁଳନ ହରାଇଥିବାବେଳେ ସେହି ସମୟରେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ ପୁଣି ତାକୁ ଧକ୍କା  ଦେଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ  କାରରେ ବସିଥିବା   ଅତାବିରା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଆଶିଷ ଶା ଏବଂ ପଛ ପଟେ ବସିଥିବା ତାଙ୍କ ବାପା ମା’  ଅଳ୍ପକେ ବର୍ତ୍ତି ଯାଇଥିଲେ । ଏ ନେଇ କାର ଚାଳକ ଆଶିଷ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି  ପୁଲିସ ପଛରୁ ଧକ୍କା ଦେଇଥିବା  ଟ୍ରକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories