www.samajalive.in
Saturday, December 6, 2025
26.1 C
Bhubaneswar

ଉଚ୍ଚଶିକ୍ଷା ସଚିବଙ୍କ ରେଙ୍ଗାଲି ଅଞ୍ଚଳ ପରିଦର୍ଶନ

ରେଙ୍ଗାଲି: ରାଜ୍ୟ ଉଚ୍ଚଶିକ୍ଷା ସଚିବ ତଥା ସମ୍ବଲପୁର ଜିଲ୍ଲାର ନୋଡାଲ ଅଫିସର ଦାୟିତ୍ବରେ ଥିବା ଅରବିନ୍ଦ ଅଗ୍ରୱାଲ ରେଙ୍ଗାଲି ବ୍ଲକ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ପରିଦର୍ଶନ ଓ ଅଗ୍ରଗତିର ସମୀକ୍ଷା କରିବା ସହିତ ସ୍କୁଲ କଲେଜ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଅଗ୍ରୱାଲ ପ୍ରଥମେ ରେଙ୍ଗାଲିବ୍ଲକର ସାଳଡ ପାଖରେ ନିର୍ମାଣାଧୀନ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ୩୦ଟି ଗ୍ରାମପଞ୍ଚାୟତକୁ ଏହି ପ୍ରକଳ୍ପରୁ ପାନୀୟଜଳ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବା ଏହି ପ୍ରକଳ୍ପ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଏହା ପୂର୍ବରୁ ୮ଟି ପଞ୍ଚାୟତରେ ଜଳଯୋଗାଣ କରାଯିବ ବୋଲି ସେ କହିଛନ୍ତି।

ଏହାପରେ ଅରବିନ୍ଦ ଅଗ୍ରୱାଲ ରେଙ୍ଗାଲି ଡାକ୍ତରଖାନା ପରିଦର୍ଶନ କରି ସମସ୍ୟା ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ପରିଷଦର କର୍ମକର୍ତ୍ତା ସଚିବଙ୍କୁ ସାକ୍ଷାତ କରି ରେଙ୍ଗାଲି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବାକୁ ଦାବି କରିବା ସହିତ ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରିଥିଲେ। ଶୀଘ୍ର ଜଣେ ଡାକ୍ତର ନିଯୁକ୍ତି ଦେବାକୁ ଅଗ୍ରୱାଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଙ୍ଗାଲି ସୁରଜମଲ କଲେଜ, ନୁଆ ରମ୍ପେଲା ହାଇସ୍କୁଲ, ଆଦି ଅନୁଷ୍ଠାନ ପରିଦର୍ଶନ କରି ଅଧ୍ୟକ୍ଷ, ଅଧ୍ୟାପକ, ଶିକ୍ଷକ ଛାତ୍ର ଛାତ୍ରୀଙ୍କ ସହିତ ଭାବବିନିମୟ କରିଥିଲେ। ସଂପୃକ୍ତ ଅନୁଷ୍ଠାନର ବିଭିନ୍ନ ସମସ୍ୟାର ଅନୁଧ୍ୟାନ ଓ ଆଲୋଚନା କରି ସେଗୁଡିକର ନିରାକରଣ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories