www.samajalive.in
Friday, December 12, 2025
27.1 C
Bhubaneswar

ଚିନ୍ତାକଳ୍ପ: ଆତିଥ୍ୟର ବିରଳ ପ୍ରତିଦାନ

ପରୋପକାରରେ ନିଜକୁ ଉତ୍ସର୍ଗ କରିବା ସବୁଠାରୁ ଶ୍ରେଷ୍ଠ ପୁଣ୍ୟକର୍ମ। ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ରାଷ୍ଟ୍ର, ସମାଜର ସ୍ବାର୍ଥକୁ ବିପଦାପନ୍ନ କରିବାକୁ ସ୍ବାର୍ଥୀ ମଣିଷ ତିଳେ ବି କୁଣ୍ଠା କରି ନଥାଏ। ଆତିଥେୟତାରୂପୀ ଋଣ ପରିଶୋଧ ପାଇଁ ଅଭୂତ ସ୍ବାର୍ଥତ୍ୟାଗର ନିଦର୍ଶନ ସମ୍ପର୍କରେ ନିମ୍ନୋକ୍ତ ଐତିହାସିକ ପ୍ରସଙ୍ଗ। ମହାରାଷ୍ଟ୍ର ଭୂମିରେ ସେ ସମୟରେ ଉଦିତ ସୂର୍ଯ୍ୟଭଳି ଆବିର୍ଭାବ ହୋଇଥିଲା ଶିବାଜୀଙ୍କର। ତାଙ୍କର ଶୌର୍ଯ୍ୟ, ପରାକ୍ରମରେ ମୋଗଲ ସମ୍ରାଟ ଆଉରଙ୍ଗଜେବ ପ୍ରମାଦ ଗଣିଥିଲେ। କୌଶଳରେ ଦିଲ୍ଲୀ ଡକାଇ ଆଣି ଶିବାଜୀ ଓ ପୁତ୍ର ଶମ୍ଭୁଜୀଙ୍କୁ ବନ୍ଦୀ କରିଥିଲେ। ବନ୍ଦୀଶାଳାରେ ଥିବା ଶିବାଜୀ ଆଉରଙ୍ଗଜେବଙ୍କ ଆଖିରେ ଧୂଳିଦେଇ ମିଠେଇ ଟୋକେଇ ଭିତରେ ଶମ୍ଭୁଜୀଙ୍କ ସହ ଖସି ଆସିଥିଲେ। ମାର୍ଗରେ ଶିବାଜୀ ଜ୍ବରାକ୍ରାନ୍ତ ହେଲେ। ମୋଗଲ ସୈନିକମାନେ ଅନୁଧାବନ କରୁଥିବାରୁ ଧରାପଡ଼ିଯିବା ଭୟରେ ମୁର୍ଶିଦାବାଦର ବିନାୟକ ଦେବ ନାମକ ଜଣେ ବ୍ରାହ୍ମଣଙ୍କ ଗୃହରେ ଗୋପନରେ ରହିଥିଲେ। ଶମ୍ଭୁଜୀଙ୍କୁ ସାଥିରେ ରଖିବା ନିରାପଦ ନ ମଣିବାରୁ ଦୁଇ ବିଶ୍ବସ୍ତ ସହକର୍ମୀଙ୍କ ସହ ତାଙ୍କୁ ମହାରାଷ୍ଟ୍ର ପଠାଇ ଦେଇଥିଲେ।

ଛଦ୍ମବେଶରେ ଥିବା ଶିବାଜୀ ଯେଉଁ ବ୍ରାହ୍ମଣଙ୍କ ଘରେ ଆଶ୍ରୟ ନେଇଥିଲେ ତାଙ୍କର ଜୀବିକା ଥିଲା ଭିକ୍ଷାଟନ। ଯେଉଁଦିନ ଭିକ୍ଷାନ୍ନ କମ୍‌ ମିଳେ ସେଦିନ ଘରେ ଥିବା ମା’ ଓ ଶିବାଜୀଙ୍କୁ ଖାଇବାକୁ ଦେଇ ନିଜେ ଉପାସ ରହିଯାନ୍ତି। ଏହା ଜାଣିଲା ପରେ ଶିବାଜୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମହାରାଷ୍ଟ୍ର ଗଲାପରେ ବ୍ରାହ୍ମଣଙ୍କ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ପାଇବେ ବୋଲି ଭାବିଥିଲେ ବି ଯିବା ସମୟରେ ଆଉରଙ୍ଗଜେବଙ୍କ ଗୁପ୍ତଚର ଦ୍ବାରା ଧରାପଡ଼ିବାର ସମ୍ଭାବନା ଥିଲା। ସୁଚିନ୍ତିତ ଉପାୟ ପାଞ୍ଚିଲେ। ନିଜେ ଏକ ଚିଠି ଲେଖି ମୋଗଲ ସୁବେଦାରଙ୍କୁ ଦେବା ପାଇଁ ବ୍ରାହ୍ମଣଙ୍କୁ କହିଥିଲେ। ଚିଠିରେ ନିଜ ରହିବା ସ୍ଥାନ ଉ​‌େ​‌ଲ୍ଲଖ କରି ସୂଚନା ପ୍ରଦାନକାରୀ ବ୍ରାହ୍ମଣଙ୍କୁ ଦୁଇହଜାର ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଭାବରେ (ଧରାଇ ଦେଇଥିବାରୁ) ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ। ସୁବେଦାର ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ମନେକରି ପୁରସ୍କାର ରାଶି ବ୍ରାହ୍ମଣଙ୍କୁ ପ୍ରଦାନ କରି ତାଙ୍କ ଗୃହକୁ ଯାଇ ଶିବାଜୀଙ୍କୁ ବନ୍ଦୀ କରିଥିଲେ। ଅତିଥିଙ୍କୁ ବନ୍ଦୀ କରିନେବା ଘଟଣାରେ ବ୍ରାହ୍ମଣ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡ଼ିଥିଲେ। ଅତିଥି ଯେ ଛତ୍ରପତି ଶିବାଜୀ ଓ ଆଶ୍ରୟ ପ୍ରାର୍ଥୀ ତାଙ୍କ ହାତରେ ଦେଇଥିବା ଚିଠି ଯେ ତାଙ୍କୁ ଧରିବା ପାଇଁ ଉଦ୍ଦିଷ୍ଟଥିଲା, ଏହା ବ୍ରାହ୍ମଣ ଜାଣି ନଥିଲେ। ଜାଣିଥିଲେ ଭୋକ ଉପାସକୁ ଜୀବନର ସାଥୀ କରିନେଇଥିବା ବ୍ରାହ୍ମଣ କଦାପି ପୁରସ୍କାର ଲୋଭରେ ଏଭଳି ଗର୍ହିତ କାମ କରିନଥାନ୍ତେ। ବ୍ରାହ୍ମଣ ବାରମ୍ବାର ରୋଦନ କରି ମୂର୍ଚ୍ଛା ଯାଉଥାନ୍ତି। ଏହି ଅଭାବନୀୟ ଘଟଣା ଶିବାଜୀଙ୍କ ଘନିଷ୍ଠ ସହକର୍ମୀ ତାନାଜୀଙ୍କୁ ଏହା ଜଣାଇବା ସହ ସେହି ସ୍ବର୍ଣ୍ଣମୁଦ୍ରା ତାଙ୍କଠାରୁ (ବ୍ରାହ୍ମଣଙ୍କଠାରୁ) ନେଇ କୌଣସି ପ୍ରକାରେ ଶିବାଜୀଙ୍କୁ ମୁକ୍ତ କରାଇବାକୁ ଅନୁରୋଧ କରିଥିଲେ। ମୁଷ୍ଟିମେୟ ସୈନିକଙ୍କ ସହ ସୁବେଦାର ଶିବାଜୀଙ୍କୁ ବନ୍ଦୀ କରି ହର୍ଷୋଲ୍ଲାସରେ ଦିଲ୍ଲୀ ନେଉଥିବାବେଳେ ତାନାଜୀ ଦୁର୍ଦ୍ଧର୍ଷ ମରହଟ୍ଟା ସୈନିକଙ୍କ ସହର ଅପ୍ରତ୍ୟାଶିତ ଆକ୍ରମଣ କରି ଶିବାଜୀଙ୍କୁ ମୁକ୍ତ କରିଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories