www.samajalive.in
Friday, December 12, 2025
27.1 C
Bhubaneswar

ମୃତ ଜେନ୍‌ ଜେଡ ବିକ୍ଷୋଭକାରୀଙ୍କୁ ମିଳିବ ସହିଦ ମାନ୍ୟତା: ସୁଶୀଳା

କାଠମାଣ୍ଡୁ:ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ପ୍ରଦାନ କରାଯିବ ବୋଲି ଦେଶର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ରବିବାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ କାଳରେ ସୁଶୀଳା ଏହି ଘୋଷଣା କରିଛନ୍ତି। ସମ୍ବୋଧନ କାଳରେ ସୁଶୀଳା ବିକ୍ଷୋଭରେ ପ୍ରାଣ ହରାଇଥିବା ଯୁବ ବିକ୍ଷୋଭକାରୀ ବିଶେଷକରି ଛାତ୍ରଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ବିକ୍ଷୋଭରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ୧୦ଲକ୍ଷ ଟଙ୍କାର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ। ଏମାନଙ୍କୁ ସହିଦଙ୍କ ଭଳି ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରାଯିବ। ନୂଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରୁ ଦୁର୍ନୀତି ହଟାଇବା ପାଇଁ ତାଙ୍କ ସରକାର ପ୍ରାଥମିକତା ଦେବେ। ତାଙ୍କ ସରକାର ୬ମାସର ଅଧିକ ସମୟ କ୍ଷମତାରେ ରହିବ ନାହିଁ। ୬ମାସ ମଧ୍ୟରେ ନିର୍ବାଚନ କରାଯାଇ ନୂଆ ସରକାର ଗଠନ କରାଯିବ। ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିବା ଜେନ ଜେଡ୍‌ ବିକ୍ଷୋଭରେ ୫୧ଜଣ ପ୍ରାଣ ହରାଇଥିବାବେଳେ ୧୩୦୦ ଜଣ ଆହତ ହୋଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories