www.samajalive.in
Saturday, December 6, 2025
14.1 C
Bhubaneswar

ସେନସେକ୍ସ ଖସିଲା ୧୪୦୦ ପଏଣ୍ଟ: ନିଫ୍ଟିରେ ୪୩୧.୯୦ ପଏଣ୍ଟ ହ୍ରାସ

ମୁମ୍ବଇ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ତୀବ୍ରଗତିରେ ମାଡିଚାଲିଥିବାବେଳେ ଷ୍ଟକ ବଜାରରେ ମଧ୍ୟ ତାହାର ପ୍ରଭାବ ପରିଲକ୍ଷିତ ହୋଇଛି। ସୋମବାର କାରବାର ଆରମ୍ଭ ସମୟରେ ଇକ୍ୱିଟି ବେଞ୍ଚମାର୍କ ସେନସେକ୍ସ ୧୪୨୭ ପଏଣ୍ଟ ହ୍ରାସ ପାଇଥିଲା। ଏଚଡିଏଫସି ଟ୍ୱିନ୍ସ, ଆଇସିଆଇସିଆ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ହେଭିୱେଟ ସେୟାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା। ୩୦ ସେୟାର ବିଶିଷ୍ଟ ଏହି ବିଏସଇ ଇଣ୍ଡେକ୍ସ ମଧ୍ୟାହ୍ନ ସୁଦ୍ଧା ୪୮,୧୬୪.୩୨ ପଏଣ୍ଟରେ କାରବାର ହେଉଥିଲା।
ଅନୁରୂପ ଭାବରେ ଏନଏସଇରେ ଏହି ସମୟରେ ୪୩୧.୯୦ ପଏଣ୍ଟ ହ୍ରାସ ଘଟି ତାହା ୧୪,୪୦୨.୯୫ ପଏଣ୍ଟରେ କାରବାର ହେଉଥିଲା। ଜଣେ ଅର୍ଥନୀତିଜ୍ଞ କହିଛନ୍ତି, କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବାପରେ ଅର୍ଥନୀତି ଏବଂ ବଜାରକୁ ନେଇ ବ୍ୟାପକ ଅନିଶ୍ଚିତ ଅବସ୍ଥା ଦେଖାଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories