www.samajalive.in
Saturday, December 6, 2025
26.1 C
Bhubaneswar

ପିପିଲି ନିର୍ବାଚନୀ ହିଂସା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡ଼ି

ଭୁବନେଶ୍ବର: ପିପିଲି ନିର୍ବାଚନୀ ହିଂସାକୁ ନେଇ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ୫ ଜଣିଆ ଟିମ୍। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଗତକାଲି ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏଥିରେ ୨ଜଣ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡେଲାଙ୍ଗ ଡାକ୍ତରଖାନାରେ ଓ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ମହିଳା କର୍ମୀଙ୍କୁ ଆକ୍ରମଣ କରାଯିବା ସହ ତାଙ୍କୁ ଅସଦାଚରଣ ମଧ୍ୟ କରାଯାଇଛି। ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଛି। ବିଜେପି ନିର୍ବାଚନ ହାରିବା ଭୟରେ ଏମିତି ହିଂସା ଆଚରଣ କରୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଏଭଳି ହିଂସାତ୍ମକ କାର୍ଯ୍ୟକଳାପ ବିଜେପି ପାଇଁ କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି। ଏହାସହିତ ଏହି ନିର୍ବାଚନୀ ହିଂସାରେ ସାମିଲ ଥିବା ବିଜେପି ନେତା ଓ କର୍ମୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ଦାବି ହୋଇଛି।

- Advertisement -

ସୂଚନାଯୋଗ୍ୟ, ବିଜେଡିର ଏହି ୫ ଜଣିଆ ଟିମରେ ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ସାଂସଦ ସୁଜିତ କୁମାର, ଲେନିନ ମହାନ୍ତି ଓ ସସ୍ମିତ ପାତ୍ର ସାମିଲ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories