www.samajalive.in
Wednesday, December 10, 2025
26.1 C
Bhubaneswar

ସେଲ୍‍ଫି ବେବୋ ମୃତ୍ୟୁ ଘଟଣା : ଅଭିଯୁକ୍ତ ସ୍ୱାମୀକୁ ରିମାଣ୍ଡରେ ନେଲା ସମ୍ବଲପୁର ପୁଲିସ

ଝାରସୁଗୁଡ଼ା : ସେଲ୍‍ଫି ବେବୋ ଅଭିନେତ୍ରୀ ସିମରନ୍‍ ସିଂହ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଯୁବ ସୁନା ଓରଫ ଯୁଗକୁ ସମ୍ବଲପୁର ରିଜର୍ଭ ପୁଲିସ ୩ ଦିନ ପାଇଁ ରିମାଣ୍ଡରେ ନେଇଛି। ଯୁଗଙ୍କୁ ଅଧିକ ପଚରା ଉଚୁରା ପାଇଁ ରିମାଣ୍ଡରେ ନେବାକୁ ସମ୍ବଲପୁର ପୁଲିସ ଝାରସୁଗୁଡ଼ା ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଅନୁମତି ଦେବା ପରେ ସମ୍ବଲପୁର ରିଜର୍ଭ ପୁଲିସର ପକ୍ଷରୁ ଲାଇନ୍ସ ନାଏକ ଏସ୍‍. ମହାନନ୍ଦ, କନଷ୍ଟେବଳ ଏନ୍‍. ବେହେରା, ଏସ୍‍. କେ. ସାହୁ ପ୍ରମୁଖ ପ୍ରମୁଖ ତାକୁ ରିମାଣ୍ଡରେ ନେଇଥିଲେ।
ନାବାଳିକା ସିମରନକୁ ବାହା ହେବା ସହିତ ଶାରିରୀକ ଓ ମାନସିକ ଅତ୍ୟାଚାର ଘଟଣାରେ ଝାରସୁଗୁଡ଼ା ପୁଲିସ ତାଙ୍କ ସ୍ୱାମୀ ଯୁବରାଜ ଓରଫ ଯୁଗକୁ ଗତ ୫ ତାରିଖରେ ଗିରଫ କରି ୬ ତାରିଖରେ କୋର୍ଟ ଚାଲାଣ କରିଥିଲା। ସେହିଦିନ ଝାରସୁଗୁଡ଼ା ଜେଲରେ ଅଭିଯୁକ୍ତକୁ ରଖାଯାଇଥିଲା। ସମ୍ବଲପୁର ପୁଲିସ ଯୁଗକୁ ପଚରା ଉଚୁରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। ତେବେ କୋର୍ଟ ୪ ଦିନ ପାଇଁ ଅନୁମତି ପ୍ରଦାନ କରିଥିଲେ। ଗତକାଲି ଛୁଟିଥିବାରୁ ଆଜି ପୁଲିସ ରିମାଣ୍ଡରେ ନେଇଛି। ଅଭିଯୁକ୍ତକୁ ୨୯ ତାରିଖ ଯାଏ ପୁଲିସ ହେପାଜତରେ ରଖି ପଚରା ଉଚୁରା କରାଯିବ। ସୂଚନାଯୋଗ୍ୟ, ଗତ ୨ ତାରିଖରେ ସିମରନ ସିଂଙ୍କ ମୃତଦେହ ମହାନଦୀ ପୋଲ ତଳୁ ମିଳିଥିଲା।
ସେ ଏକ ଷ୍ଟେଜ କାର୍ଯ୍ୟକ୍ରମରେ ଭବାନୀପାଟଣାରେ ଯୋଗଦେଇ ସମଲେଶ୍ୱରୀ ଟ୍ରେନ ଯୋଗେ ଝାରସୁଗୁଡ଼ାକୁ ଫେରୁଥିଲେ। କିନ୍ତୁ ତା’ ପରଦିନ ସିମରନଙ୍କ ମୃତଦେହ ପୋଲତଳୁ ମିଳିଥିଲା। ସିମରନ କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀ ଯୁଗ ସୁନାଙ୍କ ବିରୋଧରେ ଯୌତୁକ ନିର୍ଯାତନ ସହିତ ମାଡ଼ପିଟ କରୁଥିବା ଝାରସୁଗୁଡ଼ା ପୁଲିସ ପାଖରେ ଅଭିଯୋଗ କରିଥିଲେ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories