ସନ୍ଦେଶଖାଲି ଘଟଣା – ତୃଣମୂଳ କଂଗ୍ରେସ ନେତା ଶେଖ ଶାଜାହାନଙ୍କ ବିରୋଧରେ ତଦନ୍ତ ଆରମ୍ଭ

ଡେସ୍କ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାଜାହାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ, ସିଆଇଡି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶେଖଙ୍କୁ ଆଜି ସକାଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଗିରଫ କରାଯାଇ ବଶିରହାଟର ଏକ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଗତ ଜାନୁଆରି ୫ ତାରିଖରେ ତାଙ୍କ ଘରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ତାଙ୍କୁ ଦୁଇଟି ମାମଲାରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଦଙ୍ଗା ସୃଷ୍ଟି ପାଇଁ ଧାରା-୧୪୭ ଏବଂ ହତ୍ୟା ଉଦ୍ୟମ ପାଇଁ ଧାରା-୩୦୭ ଅନ୍ତର୍ଭୁକ୍ତ।

କୋଲକାତା ହାଇକୋର୍ଟ ଗତକାଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଆଜି ସନ୍ଦେଶଖାଲିର ହଲଦାରପଡ଼ା ଯିବାକୁ ଅନୁମତି ଦେଇଛନ୍ତି। ସେହିପରି ହଳଦରପଡ଼ାରେ ୧୪୪ ଧାରା ଅନୁଯାୟୀ ନିଷେଧାଦେଶ ଜାରି ଉପରେ ମଧ୍ୟ କୋର୍ଟ ରୋକ୍ ଲଗାଇଛନ୍ତି। ସ୍ଥାନୀୟ ବିଜେପି ନେତା ବିକାଶ ସିଂହଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ସନ୍ଦେଶଖାଲିରେ ହିଂସା କାଣ୍ଡ ଘଟାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ଶୁଭେନ୍ଦୁ ଅଧିକାରୀଙ୍କୁ ସନ୍ଦେଶଖାଲି ଗସ୍ତ ପାଇଁ ଅନୁମତି ନ ଦେବାକୁ ରାଜ୍ୟ ସରକାର ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ୍ ଓ ଜଷ୍ଟିସ୍ ହିରେନମୟ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଆବେଦନ କରିଛନ୍ତି।

Comments are closed.