www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: କେମିତି ହୋଇଛି ଅନନ୍ତ-ରାଧିକାଙ୍କ ବିବାହ ନିମନ୍ତ୍ରଣ ପତ୍ର

ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବକୁ ନେଇ ସବୁଠି ଚର୍ଚ୍ଚା । ଏବେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ବିବାହର ନିମନ୍ତ୍ରଣ ପତ୍ର ଭାଇରାଲ ହେଉଛି । ଯାହା ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ଜୁଲାଇ ୧୨ରେ ଉଭୟଙ୍କ ବାହାଘର ହେବାକୁ ଯାଉଛି । ଅନନ୍ତ-ରାଧିକାଙ୍କ ବିବାହର ନିମନ୍ତ୍ରଣ ପତ୍ରକୁ ଅମିତାଭ ଚୌଧୁରୀ ନାମକ ଜଣେ ୟୁଜର୍ସ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ନିମନ୍ତ୍ରଣ ପତ୍ରର ଡିଜାଇନ୍‍ ଏକ ବକ୍ସ ପରି ହୋଇଛି । ବକ୍ସଟିକୁ ଖୋଲିବା ମାତ୍ରେ ଭଗବାନ ବିଷ୍ଣୁଙ୍କ ଏକ ଫଟୋ ରହିଛି । ନିମନ୍ତ୍ରଣ ପତ୍ରରେ ସୁନା, ରୂପାର କାରୁକାର୍ଯ୍ୟ ହୋଇଛି ଏବଂ ଏହାକୁ ଖୋଲିବା ପରେ ବିବାହ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ନିମନ୍ତ୍ରଣ ପତ୍ରରେ ଏକ ଛୋଟ ଲଫାପା ରହିଛି, ଯାହାକି ହାତଲେଖା ଚିଠି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories