www.samajalive.in
Friday, December 12, 2025
15.1 C
Bhubaneswar

ରଥଯାତ୍ରା: ଜଳ, ସ୍ଥଳ ଓ ଆକାଶ ଉପରେ ପୁଲିସର ନଜର

ପୁରୀ: ଦିନକ ପରେ ଶ୍ରୀଗୁଣ୍ଡିଚା ଯାତ୍ରା। ଏବେ ଠାରୁ ପୁରୀ ସହରରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଗଲାଣି। ଯଦିଓ ଦୁଇ ଦିନ ହେବ ଲାଗାଁ ବର୍ଷ ଯୋଗୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି କିନ୍ତୁ ସେ ସବୁକୁ ଭୃକ୍ଷେପ ନ କରି ହଜାର ହଜାର ଶ୍ରଦ୍ଧାଳୁ ପହଂଚିବାରେ ଲାଗିଛନ୍ତି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାନ ଜୀବନ ସୁରକ୍ଷା ଦିଗରେ ପୁଲିସ ଓ ପ୍ରଶାସନ ଦିନ ରାତି ଲାଗି ପଡିଛନ୍ତି।

ବିଶେଷକରି ବାହାରୁ ଆସୁଥିବା ଲୁଟେରା, ମହିଳା ଲୁଟେରା ଓ ବିଭିନ୍ନ ଅସାମାଜିକ ଲୋକ ରଥଯାତ୍ରା ପୂର୍ବରୁ ସହରରେ ପ୍ରବେଶ କରୁଥିବାରୁ ସେମାନଙ୍କ ଉପରେ ପୁଲିସ ନଜର ରଖିଛି। ଶ୍ରୀମନ୍ଦିର ଚାରିପଟେ ଓ ସହରର ବିଭିନ୍ନ ସାହି ଗଳିକନ୍ଦିରେ ସାଧା ପୋଷାକଧାରୀ ପୁଲିସ ଯାଞ୍ଚ କାର୍ଯ୍ୟରେ ଲାଗିଛି। ମନ୍ଦିର ଭିତରେ ଓ ବାହାରେ ପୁଲିସ ଯାଞ୍ଚ ସହ ବିଭିନ୍ନ ଲୋକଙ୍କ ଗତିବିଧି ଉପରେ କା ନଜର ରଖିଛି। ସୂଚନା ଅନୁଯାୟୀ, ରଥଯାତ୍ରା ଦିନ ସେବକମାନଙ୍କୁ ମନ୍ଦିର ଭିତରକୁ ଛାଡିବା ପୂର୍ବରୁ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯିବ। ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଉଚ୍ଚ ଅଟ୍ଟାଳିକାରେ ପୁଲିସ କ୍ୟାମେରା ସାହାଯ୍ୟରେ ବଡଦାଣ୍ଡ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

- Advertisement -

କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସମୁଦ୍ରକୂଳରେ ଲାଇଫଗାର୍ଡ, ହୋମଗାର୍ଡ, କନଷ୍ଟେବଳମାନଙ୍କୁ ନିୟୋଜିତ କରାଯାଇଛି। ଆକାଶ ପଥରେ କୌଣସି ହେଲିକେପ୍ଟର ଓ ଡ୍ରୋନ କ୍ୟାମେରା ଉଡାଣ ଉପରେ ପ୍ରଶାସନ କଟକଣା ଜାରି କରିଛି। ବଡଦାଣ୍ଡ, ସହରର ପ୍ରବେଶ ପଥ, ଶ୍ରୀମନ୍ଦିର ଭିତର ଓ ବାହାର ସିସିଟିଭି ନଜରରେ ରଖାଯାଇଛି। ରଥଯାତ୍ରା ପାଇଁ ମୋଟ ୧୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରଥ ପରିଚାଳନା ଦାୟିତ୍ୱରେ ୨ଜଣ ଏଡିଜି, ରଥଯାତ୍ରା ପରିଚାଳନା ଦାୟିତ୍ୱରେ ୧୫ଜଣ ଆଇପିଏସ, ୩୫ଜଣ ଏସପି, ୮୦ଜଣ ଡିଏସପି ଓ ୬୫୦ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories