www.samajalive.in
Friday, December 12, 2025
15.1 C
Bhubaneswar

ଜନ୍ମମାଟିରେ ଗୋପବନ୍ଧୁଙ୍କ ତିଳତର୍ପଣ ; ଷଠିଘରେ ଶ୍ରଦ୍ଧାଞ୍ଜଳି ସଭା

ସୁଆଣ୍ଡୋ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଭାର୍ଗବୀ ନଦୀ କୂଳରେ ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୁଲ୍ୟରେ ତିଳତର୍ପଣ ଅନୁଷ୍ଠିତ ହୋଇଯାଇଛି । ପୁଣ୍ୟାତ୍ମାଙ୍କ ବାସଭବନ ନିକଟରୁ ତିଳତର୍ପଣ ଯାତ୍ରା ଆରମ୍ଭ ହୋଇଥିଲା। ସହସ୍ରାଧିକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଅଧ୍ୟାପକ, ଲେଖକ, କବି, ସମାଜ ସେବୀ, ଶିକ୍ଷକ, ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇଥିଲେ। ଦାସ ପରିବାର ପକ୍ଷରୁ ପୁନରୁଦ୍ଧାର କରାଯାଇଥିବା ଗୋପବନ୍ଧୁଙ୍କ ଷଠିଘରକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ଧ୍ରୁବଚରଣ ଦାଶ, ରାଧାକାନ୍ତ ଦାଶ, ରତିକାନ୍ତ ମିଶ୍ର , ପ୍ରଫୁଲ୍ଲ କୁମାର ମହାପାତ୍ର, ସତ୍ୟନାରାୟଣ ସାହୁ, ଫକିର ଚରଣ ବରାଳ, ବସନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତିପରିଷଦ କାର୍ୟ୍ୟକାରୀ ସଭାପତି ଦେବେନ୍ଦ୍ର ନାଥ ଦାସ ସଭା ପରିଚାଳନା କରିଥିଲେ। ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ, ଧୂପ, ଦୀପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାରାକବିତା ଓ ବନ୍ଦୀର ଆତ୍ମକଥା କବିତା ଛାତ୍ରଛାତ୍ରୀ ମାନେ ଷଠିଘରେ ଆବୃତ୍ତି କରିଥିଲେ। ଗୋପବନ୍ଧୁଙ୍କ ତିନି ପୁରୁଷଙ୍କ ନାମ ଗୋତ୍ରରେ ଚନ୍ଦନ ଫୁଲ ସହିତ କୁଳ ପୁରୋହିତ ଲକ୍ଷ୍ମୀକାନ୍ତ ନନ୍ଦ ବେଦମନ୍ତ୍ର ଆବୃତ୍ତି କରି ତିଳତର୍ପଣ କରାଯାଇଥିଲା। ଗୋପବନ୍ଧୁ ଅମର ରହେ ଧ୍ୱନୀରେ ନଦୀକୂଳରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀ ମାନେ ସ୍କାଉଟ୍ ଡ୍ରମ୍ ବଜାଇ ଯାଉଥିବା ବେଳେ କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ପରିଷଦ ପକ୍ଷରୁ ମୃଦଙ୍ଗ ଓ ଝାଞ୍ଜ ବଜା ଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories