ଅବସାଦରେ ଥିଲେ ସିକ୍ୟୁରିଟି ଗାର୍ଡ – କଲେ ଏପରି କାମ ଯେ ୭.୫ କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ – ଜଣେ ସିକ୍ୟୁରିଟିଗାର୍ଡ(ସୁରକ୍ଷାକର୍ମୀ)ଙ୍କ ଯୋଗୁଁ ୭.୪୭ କୋଟି ଟଙ୍କା ବା ୨୧ ମିଲିୟନ ଆମେରିକୀୟ ଡଲାର ର କ୍ଷତି ହୋଇଛି । ଏହି ସୁରକ୍ଷାକର୍ମୀ ଜଣଙ୍କ ଉଦାସ ଥିଲେ । ଋଷିଆର ୟେକାଟେରିନବର୍ଗରେ ଥିବା ୟେଲେସ୍ତିନ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ଏକ ମୁହଁରେ ଆଖି ନଥିବା ଚିତ୍ର ସେଠାରେ ଥିଲା । ଯାହାର ମୂଲ୍ୟ ପ୍ରାୟ ୭.୪୭ କୋଟି ଟଙ୍କା । ଏକ ଚିତ୍ର ପ୍ରଦର୍ଶନୀ ପାଇଁ ଏହି ଚିତ୍ର ଅଣାଯାଇଥିଲା । ୧୯୩୨ରୁ ୩୪ ମସିହା ମଧ୍ୟରେ ଏହାକୁ ପ୍ରସିଦ୍ଧ ଚିତ୍ରକାର ଆନ୍ନା ଲେପରସ୍କିୟ ଆଙ୍କିଥିଲେ । ପ୍ରଦର୍ଶନୀକୁ ଆଣିବା ପୂର୍ବରୁ ୭୫ ମିଲିୟନ ରୁବେଲ୍ ବା ୭.୪୭ କୋଟି ଟଙ୍କାରେ ଏହାକୁ ବୀମା କରାଯାଇଥିଲା ।
ଉଦାସ ଥିବା ସୁରକ୍ଷାକର୍ମୀଙ୍କୁ ସେଠାରେ ଜଗିବା ପାଇଁ ନିଯୁକ୍ତି ଦିଆଯାଇଥିଲା । ସେ ଏକ୍ ବଲ୍ ପେନ୍ରେ ଚିତ୍ରରେ ଆଖି ନଥିବା ଦେଖି ଗୋଲିଆ ଗୋଲିଆ ଆଖି ଆଙ୍କି ଦେଇଥିଲେ । ପର ଦିନ ପ୍ରଦର୍ଶନୀ ଆୟୋଜନ କରୁଥିବା ବ୍ୟକ୍ତିମାନେ ଏହାକୁ ଦେଖି ଅବାକ୍ ହୋଇଯାଇଥିଲେ । ସିସିଟିଭି ଯାଞ୍ଚ୍ରୁ ସୁରକ୍ଷାକର୍ମୀ ଏପରି କରିଥିବା କେନ୍ଦ୍ରର ନିର୍ଦେଶକ ଆଲେକଜେଣ୍ଡାର ଡ୍ରୋଜଡୋଭି ସୂଚନା ଦେଇଥିଲେ । କୌଣସି ମାନସିକ ଅବସାଦ ଯୋଗୁଁ ସୁରକ୍ଷାକର୍ମୀ ଜଣଙ୍କ ଏପରି କରିଥିବା ସେ କହିଛନ୍ତି ।
Comments are closed.