କୋଣାର୍କ-ଚନ୍ଦ୍ରଭାଗା ବେଳାଭୂମିକୁ ‘ବ୍ଲୁ- ଫ୍ଲାଗ’ ପ୍ରମାଣ ପତ୍ର

0

ନୂଆଦିଲ୍ଲୀ : ଓଡ଼ିଶାର କୋଣାର୍କ-ଚନ୍ଦ୍ରଭାଗା ବେଳାଭୂମି ଦେଶ ତଥା ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନଜନକ ‘ବ୍ଲୁ- ଫ୍ଲାଗ’ ବା ନୀଳ ପତାକା ପ୍ରମାଣ ପତ୍ର ପାଇବାକୁ ଯାଉଛି । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ପର୍ଯ୍ୟଟକମାନଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରର ସୁବିଧା ସୁଯୋଗ ଏବଂ ପରିଷ୍କାର ଓ ସୁନ୍ଦର ପରିବେଶ ପାଇଁ କୋଣାର୍କ-ଚନ୍ଦ୍ରଭାଗା ବେଳାଭୂମି ସମେତ ଦେଶର ୧୩ଟି ସମୁଦ୍ର ବେଳାଭୂମିକୁ ଖୁବ୍‍ ଶୀଘ୍ର ଏହି ‘ବ୍ଲୁ- ଫ୍ଲାଗ’ ପ୍ରମାଣପତ୍ର ମିଳିବ।

ଏହି ସମୁଦ୍ର ବେଳାଭୂମିଗୁଡ଼ିକ ମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟଗୁଡ଼ିକର ବେଳାଭୂମି ରହିଛି। ଏହି ବେଳାଭୂମିଗୁଡ଼ିକ କେବଳ ଭାରତରେ ନୁହେଁ, ଏସିଆ ମହାଦେଶରେ ପ୍ରଥମ ଥର ପାଇଁ ଏଭଳି ପ୍ରମାଣପତ୍ର ପାଇବେ । ୩୩ଟି ପରିବେଶ ଓ ପର୍ଯ୍ୟଟନ ସମ୍ପର୍କିତ ସର୍ତ୍ତ ଥାଇ ୪ଟି କ୍ଷେତ୍ରରେ ପରିବେଶ ଅନୁକୂଳ ବେଳାଭୂମି ଆଧାରରେ ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ମନୋନୀତ କରାଯାଇଛି।

Leave A Reply