ଭୁବନେଶ୍ବର : ଓଡ଼ିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି କାଟ ପ୍ରତିବାଦରେ ବିଜେଡି ଧାରଣା ଦେଇଛି। ବିଜେଡିର ଅଭିଯୋଗ ଅନୁଯାୟୀ, ଓଡ଼ିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କେନ୍ଦ୍ର କୁଠାରାଘାତ କରିଛି। ୨ଲକ୍ଷରୁ ଊର୍ଦ୍ଧ୍ବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର କାଟ କରାଯାଇ ଓଡିଶା ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦି ଦିଆଯାଇଛି । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦% ଛାତ୍ରବୃତ୍ତି ଏବେ ୨୦% କମିଛି। ଏପରିକି ଧାର୍ଯ୍ୟ ସମୟରେ ନିଜ ଅଂଶଧନ କେନ୍ଦ୍ର ସରକାର ଦେଉନାହାନ୍ତି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜୁ ଜନତା ଦଳର ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନ ରାଜଭବନ ସମ୍ମୁଖରେ କରାଯାଇଛି। ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ବିଧାୟିକା ତଥା ଦଳର ଉପ-ସଭାପତି ଶ୍ରୀମତୀ ପ୍ରମିଳା ମଲିକ, ବିଧାୟକ ତଥା ସାଧାରଣ ସଂପାଦକ ଶ୍ରୀ ପଦ୍ମନାଭ ବେହେରା, ବିଧାୟକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ସକାଳ ୯ଟାରୁ ଗଣଧାରଣା ଆରମ୍ଭ ହୋଇଛି ।
Popular Categories



