www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବରରେ ୩ଟି ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି। ପ୍ରବାସୀଙ୍କୁ ରାଜଧାନୀରେ ୩ଟି ସ୍ଥାନରେ ସ୍ବାଗତ ସହ ସ୍କ୍ରିନିଂ କରାଯିବ। ଭୁବନେଶ୍ବରର ୩ଟି ପ୍ରବେଶ ପଥରେ ବିଏମ୍‌ସି ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ବାହାରୁ ଭୁବନେଶ୍ବର ଫେରିଲେ ଥର୍ମାଲ୍‌ ସ୍କ୍ରିନିଂ କରାଯିବ ଏବଂ ଥର୍ମାଲ୍‌ ସ୍କ୍ରିନିଂ ପରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯିବ। ହୋମ୍‌, ସରକାରୀ କିମ୍ବା ଦେୟଯୁକ୍ତ କ୍ବାରେଣ୍ଟାଇନ୍‌କୁ ପ୍ରବାସୀମାନଙ୍କୁ ଯିବା ପାଇଁ ଅନୁମତି ମିଳିବ। ଯେଉଁମାନେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବେ ସେମାନଙ୍କ ଘରେ କ୍ବାରେଣ୍ଟାଇନ୍‌ ଷ୍ଟିକର ଲଗାଯିବ ବୋଲି ବିଏମ୍‌ସି ସୂଚନା ଦେଇଛି।

କଟକ ପଟୁ ଆସିଲେ ରସୁଲଗଡ଼ କୋଚିଲେଇ ହାଟ ନିକଟ ଆଶ୍ରମ ସ୍କୁଲରେ ପ୍ରବାସୀଙ୍କୁ ସ୍କ୍ରିନିଂ କରାଯିବ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ପ୍ରବାସୀଙ୍କୁ ଖଣ୍ଡଗିରିର ତପୋବନ ସ୍କୁଲରେ ସ୍କ୍ରିନିଂ କରାଯିବାକୁ ବ୍ୟବସ୍ଥା ହୋଇଛି। ପୁରୀ ପଟରୁ ଉତ୍ତରାଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜରେ ସ୍କ୍ରିନିଂ ହେବ। ପ୍ରବେଶପଥରେ ପହଞ୍ଚି ପ୍ରବାସୀ ନିଜକୁ ପଞ୍ଜୀକରଣମୁକ୍ତ କରିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories