www.samajalive.in
Saturday, December 6, 2025
14.1 C
Bhubaneswar

ଲକ୍ଡ଼ାଉନ କାଳରେ ଏସ୍ଏଚଜି ମହିଳାଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ବର: କୋଭିଡ୍‌-୧୯ ଲକ୍‌ ଡାଉନ୍‌ର ଅସାଧାରଣ ପରିସ୍ଥିତିରେ ରାଜ୍ୟର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କର ଖାଦ୍ୟ ନିରାପତ୍ତା ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହିତ ସେମାନଙ୍କ ନିଃସ୍ୱାର୍ଥପର ସେବା, ଉତ୍ସାହ ଓ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟ ଲୋକମାନଙ୍କୁ ଲକ୍‌ଡାଉନ ସମୟରେ ମାଗଣା ରନ୍ଧାଖାଦ୍ୟ ଯୋଗାଇବାରେ ୭୧୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ୧ କୋଟି ୫୬ ଲକ୍ଷ ମିଲ୍‌ ଯୋଗାଇ ଦେଇଛନ୍ତି । ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ସେମାନେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡ଼ିକୁ ୨ ଲକ୍ଷ ୫ ହଜାର ମିଲ୍‌ ଯୋଗାଇ ଦେଇଛନ୍ତି। ହସ୍‌ପିଟାଲ୍‌ରେ ଚିକିତ୍ସିତ ୪୪,୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି। କୋଭିଡ୍‌-୧୯ କଠିନ ପରିସ୍ଥିତିରେ ନିରାଶ୍ରିତ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବାରେ ଏହି ମା’ମାନଙ୍କ ଅବଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍‌ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଲକ୍‌ ଡାଉନ୍‌ ସମୟରେ ୧୨୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ସ୍ୱଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଇଛନ୍ତି। ଲକ୍‌ ଡାଉନ୍‌ରେ ଦୋକାନବଜାର ବନ୍ଦଥିବାବେଳେ ରାସନ୍‌ ଏବଂ ପନିପରିବା ଯୋଗାଇବାରେ ସ୍ୱୟଂ ସହାୟକ ଗୋଷ୍ଠୀର ୮୦୦୦ ସଦସ୍ୟା ଅନୁରୂପ ଭାବେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ୍‌ ଭ୍ୟାନ୍‌ ମାଧ୍ୟମରେ ୧୫,୨୭୪ କ୍ୱିଣ୍ଟାଲ୍‌ ପରିମାଣର ପନିପରିବା ଓ ଶୁଖିଲା ରାସନ୍‌ ସାମଗ୍ରୀ ବିକି୍ର ହୋଇଛି।

- Advertisement -

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ ଏସବୁ କାର୍ଯ୍ୟକ୍ରମ ସହିତ ମାଛଚାଷ, ଛତୁଚାଷ, ପନିପରିବା ଚାଷ, ଫାର୍ମ ପଣ୍ଡ ପରିଚାଳନା, ଗୋପାଳନ, ଅଙ୍ଗନବାଡିକୁ ଟେକ୍‌ ହୋମ୍‌ ରାସନ୍‌ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଲଭ ମୂଲ୍ୟ ଦୋକାନ ପରିଚାଳନା ଆଦି ମାଧ୍ୟମରେ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଅପ୍ରେଲ ମାସରୁ ଏ ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି।

ନିଜ ପରିବାରର ସଦସ୍ୟମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ପୃଥକ ରଖିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାଧ୍ୟତାମୂଳକ ସଙ୍ଗରୋଧ ପାଳନ କରିନଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ଆସିବାକୁ ନଦେଇ ସେମାନଙ୍କ ଗ୍ରାମରେ କୋଭିଡ୍‌-୧୯ ବିରୋଧରେ ହେଉଥିବା ଯୁଦ୍ଧରେ ଜଣେ ଜଣେ କୋଭିଡ୍‌ ସଂଗ୍ରାମୀ ଭାବରେ ଭୂମିକା ନିର୍ବାହ କରିବା ପାଇଁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories