ସମାଜ ଡିଜିଟାଲ ଡେସ୍କ: ଚୀନର ତିଆନ୍ଜିନ୍ ସହରରେ ଅନୁଷ୍ଠିତ ହେଉଥିବା ଏସ୍ସିଓ ଶିଖର ସମ୍ମିଳନୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ଓ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଭେଟିଥିଲେ । ତିନି ମହାଶକ୍ତି ନିଜ ନିଜ ମଧ୍ୟରେ ବହୁତ ସମୟ ଆଲୋଚନା କରିଥିଲେ ଏବଂ ମୋଦୀ ଏହି ସାକ୍ଷାତକୁ ଏକ ସୁଖଦ ଅଭିଜ୍ଞତା ବୋଲି କହିଛନ୍ତି । ପୁଟିନ ଏବଂ ଜିନ୍ପିଙ୍ଗଙ୍କୁ ଭେଟିବା ପରେ ମୋଦୀ ଶିଖର ସମ୍ମିଳନୀରେ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉଠାଇଥିଲେ ।
Sharing my remarks during the SCO Summit in Tianjin. https://t.co/nfrigReW8M
— Narendra Modi (@narendramodi) September 1, 2025
ମୋଦୀଙ୍କ ୭ଟି କଥା
୧ – ସାଙ୍ଘାଇ ସମନ୍ୱୟ ସଙ୍ଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏସ୍ସିଓର ୩ଟି ନୂତନ ଅର୍ଥ ବାଖ୍ୟା କରିଥିଲେ । ଏସ୍ (ସୁରକ୍ଷା), ସି (ସଂଯୋଗୀକରଣ), ଓ ( ସୁଯୋଗ) । ସେ କହିଥିଲେ ଯେ ଭାରତ ଏସ୍ସିଓର ସଦସ୍ୟ ଭାବରେ ଏକ ସକରାତ୍ମକ ଭୂମିକା ଗ୍ରହଣ କରିଛି । ଏହା ଏକ ପରିବାର ପରି ଏକତ୍ରିତ ରଖିଛି । ଭାରତର ଚିନ୍ତାଧାରା , ଆଭିମୁଖ୍ୟ, ବିଚାରଧାରା ଏବଂ ନୀତି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ- ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ।
୨- ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ । ମୋଦୀ କହିଛନ୍ତି ଯେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି । ଆତଙ୍କବାଦ ସମ୍ପର୍କରେ କୌଣସି ଦୋମୁହାଁ ନୀତି ରହିବା ଉଚିତ୍ ନୁହେଁ । ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପସ୍ଥିତିରେ ମୋଦୀ କହିଥିଲେ ଯେ ଆତଙ୍କବାଦ ବିରୋଧରେ ତାଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
୩- ମୋଦୀ ଏହି ସମ୍ମିଳନୀରେ ଉପସ୍ଥିତ ଦେଶ ଗୁଡିକୁ ପଚାରିଥିଲେ ଯେ ଆତଙ୍କବାଦକୁ ସମର୍ଥନ କରିବା ଗ୍ରହଣୀୟ କି? ନା ଆମେ ଆତଙ୍କବାଦ ସମ୍ପର୍କରେ ଦୋମୁହାଁ ନୀତି ଅବଲମ୍ବନ କରିବୁ । ସମସ୍ତ ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଉଚିତ୍ । ଆତଙ୍କବାଦର ପ୍ରତ୍ୟେକ ରଙ୍ଗ ଏବଂ ରୂପକୁ ବିରୋଧ କରାଯିବା ଉଚିତ । ଯେକୌଣସି ଦେଶର ବିକାଶ ସୁରକ୍ଷା, ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ, କିନ୍ତୁ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଉଗ୍ରବାଦ, ନକ୍ସଲବାଦକୁ ନିପାତ କରିବା ହେଉଛି ସବୁଠୁ ବଡ ଚ୍ୟାଲେଞ୍ଜ ।
This year, India has taken the lead in Joint Information Operations, launching initiatives to combat terrorist organizations and raising its voice against terror financing. I express my gratitude for the support extended in this regard. For the past four decades, India has… pic.twitter.com/dyb0r2IHYg
— DD News (@DDNewslive) September 1, 2025
୪-ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ବିପଦ । ଦେଶ, ସମାଜ ଏବଂ ମାନବ ଜାତି ଏଥିରୁ ସୁରକ୍ଷିତ ନୁହେଁ । ସାଇବର ଆତଙ୍କବାଦ ଏବଂ ଡ୍ରୋନ୍ ଭଳି ନୂତନ ବିପଦ ମଧ୍ୟ ଏକ ସମସ୍ୟା ହୋଇପଡୁଛି । ଏଥିପାଇଁ ମୋଦୀ କହିଛନ୍ତି ଯେ ମୁଁ ଆତଙ୍କବାଦୀ ଏବଂ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଉଥିବା ଲୋକଙ୍କ ସହିତ ମୁକାବିଲା କରିବା ପାଇଁ ଏକ ପ୍ରସ୍ତାବ ରଖିଛି ।
୫-ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ମୁକାବିଲାରେ SCO-RATSର ଭୂମିକାକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଅଲକାଏଦା ଏବଂ ଏହାର ସହଯୋଗୀ ଆତଙ୍କବାଦୀ ସଂଗଠନ ବିରୋଧରେ ଏକ ମିଳିତ ସୂଚନା ଅଭିଯାନ ଆରମ୍ଭ କରିଛି । ଗତ ୪୦ବର୍ଷ ଧରି ଭାରତ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇ ଆସିଛି ।
୬-ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରର ବିଚାରଧାରା ସହିତ ଆଗକୁ ବଢୁଛି । ଏହା କରୋନା ହେଉ କିମ୍ବା ବିଶ୍ୱ ଆର୍ଥିକ ଅସ୍ଥିରତା, ଭାରତ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାକୁ ଚେଷ୍ଟା କରିଛି । ଭାରତ ନିରନ୍ତର ଅର୍ଥନୈତିକ ସଂସ୍କାର ଉପରେ କାମ କରୁଛି, ଯାହା ଯୋଗୁଁ ଲୋକମାନେ ଦେଶରେ ବିକାଶ ପାଇଁ ନୂତନ ସୁଯୋଗ ପାଉଛନ୍ତି । ଭାରତ ଆନ୍ତର୍ଜାତୀୟ ସହଯୋଗ ମଧ୍ୟ ବୃଦ୍ଧି କରିଛି । ମୁଁ ସମସ୍ତ ଏସ୍ସିଓ ଦେଶମାନଙ୍କୁ ଭାତରରେ ଏହି ବିକାଶ ଯାତ୍ରାରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି ।
୭-ଶିଖର ସମ୍ମିଳନୀରେ ମୋଦୀ ଚୀନକୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ କହିଥିଲେ ଯେ ଯେକୌଣସି ସଂଯୋଗୀକରଣ ପ୍ରକଳ୍ପ ଦେଶ ଗୁଡିକର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ମାନ କରିବା ଉଚିତ । ମୋଦୀଙ୍କ ବକ୍ତବ୍ୟ ଚୀନର ବିଆରଓି ଓ ସିପିଇସି ଭଳି ପ୍ରକଳ୍ପ ପ୍ରତି ଭାରତର ଆପତ୍ତିର ଏକ ଇସାର ଥିଲା । ମୋଦୀ କହିଛନ୍ତି ସାର୍ବଭୌମତ୍ୱ ସୁନିଶ୍ଚିତ କରିବା, ପକ୍ଷପାତହୀନ ବାଣିଜ୍ୟ ଏବଂ ପରିବହନ ଅଧିକାର ହେଉଛି ସଫଳ ସଂଯୋଗୀକରଣର ଚାବିକାଠି ।



