www.samajalive.in
Sunday, December 7, 2025
23.1 C
Bhubaneswar

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

ଆରମ୍ଭ ହେଲା ସେପ୍ଟେମ୍ବର ମାସ । ଏହି ମାସରେ କିଛି ଗ୍ରହଙ୍କ ଚଳନ ଓ ଏକାଠି ହେବା ଦ୍ୱାରା କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଏହି ରାଶିଙ୍କ ଜୀବନରେ ପ୍ରେମ, ଦାମ୍ପତ୍ୟ ଜୀବନ ସୁଖମୟ, କର୍ମକ୍ଷେତ୍ରରେ ଉନ୍ନତି, ଦୀର୍ଘ ଦିନର ଇଚ୍ଛା ପୂରଣ ହେବ, ଧନ-ସମ୍ପତ୍ତି ବୃଦ୍ଧି, ସଫଳତା ଆଦି ପ୍ରାପ୍ତି ହେବ..

ସେପ୍ଟେମ୍ବରରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଓ ଶୁକ୍ର ଚଳନ କରିବେ । ଏହା ବ୍ୟତୀତ କିଛି ରାଶି ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ..

- Advertisement -

ବୃଷ- ଏହି ରାଶିଙ୍କ ସ୍ୱାମୀ ଶୁକ୍ର ଗ୍ରହ । ସେପ୍ଟେମ୍ବରରେ ଶୁକ୍ର ମଧ୍ୟ ଚଳନ କରିବେ । ବୈବାହିକ ଜୀବନ ସହ ପ୍ରେମ ସମ୍ପର୍କ ମଜଭୁତ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ନୂଆ ନୂଆ ସ୍ରୋତରୁ ଧନ ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଅଧିକ ଶୁଭଫଳ ପାଇଁ ଭଗବାନଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ ।

ମିଥୁନ- ନୂଆ ଦାୟିତ୍ୱ ମିଳିବ । କ୍ଷମତା ସହ ସଫଳତା ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପ୍ରଭୁ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।

କର୍କଟ- ଏହି ରାଶିଙ୍କ ସ୍ୱାମୀ ଚନ୍ଦ୍ରମା । ଧନ ଦୃଷ୍ଟିରୁ ସମୟ ଅନୁକୂଳ ରହିଛି । ପ୍ରେମ ସମ୍ପର୍କ ମଜଭୁତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ । ମନସ୍କାମନା ପୂରଣ ହେବ । ଅନେକ ସକରାତ୍ମକ ଫଳ ମିଳିବ ।

କୁମ୍ଭ- ନୂଆ କାମ ଆରମ୍ଭ କରିବେ । ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ଅନେକ ଲାଭ ମିଳିବ । ଗୁରୁତ୍ୱ ମିଳିବ । ଧନ ସମ୍ପତ୍ତି ବୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଓ କ୍ଷୀରି ଭୋଗ ଅର୍ପଣ କରନ୍ତୁ । ଅଧିକ ଶୁଭଫଳ ମିଳିବ ।

ଆଧାରକୁ ନେଇ ଆସିଲା ବଡ ଅପଡେଟ୍‌, ଜାଣନ୍ତୁ କ’ଣ କ’ଣ ବଦଳିବ..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories