www.samajalive.in
Saturday, December 6, 2025
17.1 C
Bhubaneswar

ଆତଙ୍କବାଦ, ଅତିବାଦ ବିରୁଦ୍ଧରେ ଲଢିବାକୁ ଏସସିଓ ରାଷ୍ଟ୍ରସମୂହର ଶପଥ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଏହାର ସଦସ୍ୟ ରାଷ୍ଟ୍ରଗୁଡିକ ଆତଙ୍କବାଦ ଓ ଅତିବାଦ ବିରୁଦ୍ଧରେ ଲଢେଇ କରିବାକୁ ସେମାନଙ୍କର ଦୃଢ ପ୍ରତିବଦ୍ଧତା ଜଣାଇଛନ୍ତି। ବୁଧବାର ଦୁଶାନବେଠାରେ ଅନୁଷ୍ଠିତ ଏହି ବୈଠକରେ ଏସସିଓ ରାଷ୍ଟ୍ରସମୂହର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନଏସଏ)ମାନେ ଯୋଗଦେଇ ଆନ୍ତର୍ଜାତିକ ଆତଙ୍କବାଦ, ଉଗ୍ରବାଦ, ବିଚ୍ଛିନ୍ନତାବାଦ, ଅତିବାଦ, ଏକାଧିକ ରାଷ୍ଟ୍ରରେ ସଂଗଠିତ ଅପରାଧ ବୃଦ୍ଧିର ଆପଦ, ଅସ୍ତ୍ରଶସ୍ତ୍ର ଏବଂ ମାରାତ୍ମକ ନିଶାଦ୍ରବ୍ୟ ଚୋରା ଚାଲାଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏଥିସହିତ ସେମାନେ ଏହିସବୁ ବିପଦ ବିରୁଦ୍ଧରେ ଲଢେଇ କରିବାକୁ ଦୃଢ ଶପଥ ନେଇଥିଲେ। ଏଥିସହିତ ସେମାନେ ଆଧୁନିକ ବିଶ୍ୱ ସମ୍ମୁଖୀନ ହେଉଥିବା ବିପଦ ଏବଂ ଆହ୍ୱାନମୂଳକ ପରିସ୍ଥିତିର ମୁକାବିଲା କରିବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ସଂପର୍କକୁ ଅଧିକ ସୁଦୃଢ କରିବା ଏବଂ ଆଞ୍ଚଳିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏସସିଓର ଆଞ୍ଚଳିକ ଆତଙ୍କବାଦ ମୁକାବିଲା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉପରେ ଜୋର ଦେଇଥିଲେ।
ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଏବଂ ତାଙ୍କର ପାକିସ୍ତାନ ପ୍ରତିପକ୍ଷ ମୋଇଦ ୟୁସୁଫ ମଧ୍ୟ ଏହି ବୈଠକରେ ଯୋଗଦେଇôଥଲେ। ବୈଠକ କାଳରେ ଏସସିଓର ସଦସ୍ୟ ରାଷ୍ଟ୍ରଗୁଡିକ ଭରସାଯୋଗ୍ୟ ସୂଚନା ନିରାପତ୍ତାକୁ ସୁନିଶ୍ଚିତ କରିବା ଦିଗରେ ସହଯୋଗ, ସାଇବର ଅପରାଧ ବିରୁଦ୍ଧରେ ମିଳିତ ଲଢେଇ ଏବଂ ଜୈବିକ ତଥା ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ତାଜିକିସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନ ଏହି ବୈଠକକୁ ସମ୍ବୋଧିତ କରିଥିଲେ।
ଏହା ପୂର୍ବରୁ ମଙ୍ଗଳବାର ଦିନ ଜାତିସଂଘ ମାନବାଧିକାର ପରିଷଦର ଏକ ଅଧିବେଶନ ଜେନେଭାରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ସହାୟତା ଦେଉଥିବା ନେଇ ପାକିସ୍ତାନକୁ ଦାୟୀ କରିବାର ସମୟ ଆସିଛି। ଏହି ଅବସରରେ ପାକିସ୍ତାନରେ ନାବାଳିକାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଉଥିବା, ସେମାନେ ନିଖୋଜ ହୋଇଯାଉଥିବା, ହତ୍ୟା ଏବଂ ରାଜନୈତିକ କର୍ମୀ ତଥା ସଂଖ୍ୟାଲଘୁମାନଙ୍କୁ ମନଇଛା ଅଟକ ରଖି ନିର୍ଯାତନା ଦିଆଯାଉଥିବା ଉଦାହରଣ ଭାରତ ଦେଇଥିଲା। ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ଭାରତ ଏହାକୁ ଦୃଢ ନିନ୍ଦା କରିବା ସହିତ ଏଭଳି ଦାବି ଅମୂଳକ ଏବଂ ଦାୟିତ୍ୱହୀନତା କାର୍ଯ୍ୟ ବୋଲି ଉଲ୍ଲେଖ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories