www.samajalive.in
Saturday, December 6, 2025
16.1 C
Bhubaneswar

ବ୍ୟାଙ୍କ ମ୍ୟାନେଜରଙ୍କୁ ରେଷ୍ଟ ହାଉସ ରେ ପୁରାଇ ତାଲା

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ବ୍ଲକ ର ଛତ୍ରପୁର ଠାରେ ଥିବା ଏକ କିୟୋସ୍କ ବ୍ୟାଙ୍କ ର ମ୍ୟାନେଜର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଜମାକାରୀଙ୍କ ଟଙ୍କାକୁ ତାଙ୍କ ଖାତାରେ ଜମା କରିବା ପରିବର୍ତ୍ତେ ସେ ପ୍ରାୟ ୧୫ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ଲୋକଙ୍କ ମାଡ଼ ରୁ ବର୍ତ୍ତିବା ପାଇଁ ସେ ଦୀର୍ଘ ଦିନ ଧରି ଉକ୍ତ ବ୍ୟାଙ୍କକୁ ବନ୍ଦ କରି ଦେଇଥିଲେ। ଏପରିକି ସେହି ବ୍ୟାଙ୍କ ରେ ଦୁଇ କର୍ମଚାରୀଙ୍କ ନାମରେ ନାମରେ ଦୋଷ ଲଦି ଖସିବାକୁ ବସିଥିଲେ। ଏଭଳି ଘଟଣା ସମ୍ପର୍କରେ ଜାଣି ଲୋକେ ତାଙ୍କୁ ଖୋଜୁ ଥିଲେ ହେଁ ସେ ଧରାଛୁଆଁ ଦେଉ ନଥିଲେ। ଆଜି ସକାଳେ ତାଙ୍କୁ ଛତ୍ରପୁର ବଜାରରେ ଜମାକାରୀ ମାନେ ନିଶାସକ୍ତ ଅବସ୍ଥାରେ ପାଇ ଉତମ ମଧ୍ୟମ ଦେବା ସହ ରେଷ୍ଟ ହାଉସ ରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି। ସେପଟେ ଏହି ଅର୍ଥ ହେରଫେର ସମ୍ପର୍କରେ ଆଦୌ ଅବଗତ ନଥିବା ଉକ୍ତ ମହିଳା କର୍ମଚାରୀ ଦ୍ଵୟ ସେଠାରେ ପହଞ୍ଚି ସେମାନଙ୍କ ଦରମା ମାଗିଥିଲେ। ତେବେ ମ୍ୟାନେଜରଙ୍କ କାରନାମା ରେ ଅତିଷ୍ଠ ହୋଇ ପଡ଼ିଥିବା ଜମାକାରୀଙ୍କ ହୋହାଲ୍ଲା ଯୋଗୁଁ ପରିସ୍ଥିତି ଅଣାୟତ ଆଡ଼କୁ ଚାଲି ଯାଇଥିଲା। ଖବର ପାଇ ବରହମପୁର ପୁଲିସ ସେଠାରେ ପହଁଚି ଅଭିଯୁକ୍ତ ମ୍ୟାନେଜରଙ୍କୁ ଥାନା କୁ ନେଇ ଯାଇଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories