www.samajalive.in
Saturday, December 6, 2025
23.1 C
Bhubaneswar

ମଶା କାମୁଡ଼ିବା ଦ୍ୱାରା ବ୍ୟାପେ ନାହିଁ କରୋନା

ୱାଶିଂଟନ : କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପେ ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ନିଶ୍ଚିତ କରିଛନ୍ତି। ଗବେଷଣାତ୍ମକ ପତ୍ରିକା ‘ସାଇଣ୍ଟିଟିଫିକ ରିପୋର୍ଟସ’ ରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ ସଂଗୃହିତ ପରୀକ୍ଷାମୂଳକ ତଥ୍ୟ ଓ ପରିସଂଖ୍ୟାନ ଉପସ୍ଥାପିତ ହୋଇଛି। ଏହାଦ୍ବାରା କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପିବାର କ୍ଷମତା ଯାଞ୍ଚ କରାଯାଇପାରିବ।

ଏହି ଅଧ୍ୟୟନର ଫଳାଫଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-‘ହୁ’ ମତକୁ ପ୍ରମାଣିତ କରିଦେଇଛି ଯେ ମଣିଷକୁ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପି ନଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ ମଶା କାମୁଡ଼ିବା ଯୋଗୁଁ କରୋନା ସଂକ୍ରମଣକୁ ଏଡ଼ାଇ ଦେଇଥିଲା, କିନ୍ତୁ ପର୍ଯ୍ୟାପ୍ତ ସୂଚନା ଅଭାବରୁ ଏହା ସନ୍ଦେହଜନକ ସ୍ଥିତିରେ ଥିଲା।

- Advertisement -

ଆମେରିକାର କାନସାସ୍ ଷ୍ଟେଟ୍ ବିଶ୍ବବିଦ୍ୟାଳୟର ଗବେଷକ ତଥା ସହ-ଲେଖକ ଷ୍ଟିଫେନ୍ ହିଗ୍ସ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦୃଢ ଭାବରେ କହିଛି ଯେ ମଶା ଦ୍ବାରା ଭୂତାଣୁ ବ୍ୟାପି ନ ଥାଏ। ଆମେ କରିଥିବା ଅଧ୍ୟୟନରେ, ଏହି ମତକୁ ପ୍ରମାଣିତ କରିବା ପାଇଁ ପ୍ରଥମ ଥର ନିମନ୍ତେ ଏକ ପ୍ରାମାଣିକ ଆକଳନ ଉପସ୍ଥାପିତ ହୋଇଛି।
ଅଧ୍ୟୟନ ଅନୁଯାୟୀ, ତିନୋଟି ସାଧାରଣ ପ୍ରଜାତିର ଭୂତାଣୁ ମଶା ପ୍ରଜନନ କରିବାରେ ଅସମର୍ଥ। ତେଣୁ ଏହି ଭୂତାଣୁ ମଶାଠାରୁ ମଣିଷ ପାଖରେ ପହଞ୍ଚିପାରିବ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କୁ ମଶା କାମୁଡ଼ିଥିଲେ ମଧ୍ୟ ସେହି ବ୍ୟକ୍ତିଙ୍କ ରକ୍ତରେ ଥିବା କରୋନା ଭୂତାଣୁ ମଶା ଭିତରେ ବଞ୍ଚି ପାରିବେ ନାହିଁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories