www.samajalive.in
Saturday, December 6, 2025
26.1 C
Bhubaneswar

ଏକଲବ୍ୟ ମଡେଲ ସ୍କୁଲରେ ଭଙ୍ଗାରୁଜା ଓ ଚୋରି ଅଭିଯୋଗ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟାଠାରେ ଥିବା ଏକଲବ୍ୟ ମଡେଲ ସ୍କୁଲରେ ଭଙ୍ଗାରୁଜା ଓ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଧଅଁରାଭଟାସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ ଏ ବର୍ଷ ନାମଲେଖା ପାଇଁ ବିଜ୍ଞାପନ ପରେ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ସ୍କୁଲର ବାଳକ ଛାତ୍ରାବାସରେ ଥିବା ଗାଧୁଆ ଘରେ ଲାଗିଥିବା ୱାସ ବେସିନ୍ ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଠାରେ ଲାଗିଥିବା ପାଣି ଟେପ୍‌ଗୁଡ଼ିକୁ କେହି ଦୁର୍ବୃତ୍ତ ମାନେ ଚୋରି କରି ନେଇଯାଇଛନ୍ତି । ଏ ସଂପର୍କରେ ସ୍କୁଲ ପରିସରରେ ଥିବା ତିନିଜଣ ରୋଷେୟା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଆଜି ସ୍କୁଲର ତିନିଜଣ ରୋଷେୟା ଏ ନେଇ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଅଜଣା ଦୁର୍ବୃତ୍ତମାନେ ସ୍କୁଲ ବାଡ଼ ଡେଇଁ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିବାବେଳେ ଏଥର ମଧ୍ୟ ସମାନ ଢଙ୍ଗରେ ସ୍କୁଲ ପରିସରରେ ଉତ୍ପାତ କରିଛନ୍ତି । ଏଣୁ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories