ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ମୟୁରପଦା ଗ୍ରାମରେ ମା’ ଗ୍ରାମଦେବୀ ଠାକୁରାଣୀଙ୍କ ନୂତନ ପ୍ରସାଦ ଏବଂ ମହାବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ପାଇଁ ଗୁରୁବାର ଦିନ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଟେଶ୍ୱର ନିକଟ ବଙ୍ଗୋପସଗର କୂଳରେ ପୂଜାର୍ଚନା ସହ ବାଦ୍ୟ ବାଜଣା ବଜେଇ କଳସ ଯାତ୍ରା ଶୁଭାରମ୍ଭ ହୋଇଥିଲା। ସେଠାରୁ ମହିଳା, ପୁରୁଷମାନେ ଦୁଇ ଧାଡିରେ ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ। ବିରାଟ କଳସ ଯାତ୍ରରେ ମୟୁର ପଦା, ଖଟୁଆ କୁଦା, କଣ୍ଟିଆ ଗଡ଼, ନୀଳାଦ୍ରିପୁର, ଗୋଖର କୁଦା, ପୋଡ଼ମା ପେଟା, ଲଷ୍ମୀପୁର ସମେତ ଅନ୍ୟାନ୍ୟ ଗ୍ରାମର ଲୋକମାନେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମ ପାଇଁ ୨୪ ପ୍ରହର ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ସରୋଜ ଶତପଥୀ, ପଣ୍ଡିତ ନରସିଂହ ପଣ୍ଡା, ପୁରୋହିତ ପଣ୍ଡିତ ବିଭୁତି ତ୍ରିପାଠୀ ଓ ସଞ୍ଜୟ କୁମାର ତ୍ରିପାଠୀ ପ୍ରମୁଖଙ୍କ ତତ୍ଵାବଧାନରରେ ହେଉଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ମୟୁରପଦା ଗ୍ରାମବାସୀ ପରିଚାଳନା କରୁଥିବା ବେଳେ ଅନ୍ୟାନ୍ୟ ଗ୍ରାମର ଲୋକମାନେ ସହଯୋଗ ମଧ୍ୟ ସହଯୋଗ କରୁଥିବା ସୂଚନା ମିଳିଛି।



