www.samajalive.in
Thursday, December 11, 2025
18.1 C
Bhubaneswar

ସ୍କୁଲରେ ଔଷଧ ବିତରଣକୁ ବିରୋଧ

ବଡ଼ସାହି : ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନଙ୍କ ନିର୍ଦ୍ଦେଶ କ୍ରମେ ଜିଲାରେ ଥିବା ସମସ୍ତ ସ୍କୁଲର ପିଲାଙ୍କ ପାଇଁ ଶିକ୍ଷକମାନଙ୍କୁ ଦିଆଯାଉଥିବା ଔଷଧ ବିତରଣ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି। ଏ ସମ୍ପର୍କରେ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଆବାହକ ମୁରଲୀଧର ନାଏକ ଏକ ପ୍ରେସ୍‍ ବିବୃତିରେ ଜଣାଇଛନ୍ତି। ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଔଷଧ ବିତରଣ ନକରିବା ପାଇଁ ଜିଲା ସଂଘ ପକ୍ଷରୁ ସେ ନିବେଦନ କରିଛନ୍ତି। ସ୍କୁଲରେ ଔଷଧ ବିତରଣ ପରେ ପିଲାମାନେ ସେବନ କରିବା ଦ୍ୱାରା ପାର୍ଶ୍ବ ପ୍ରତିକ୍ରିୟା ହେତୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଫଳରେ ଅଭିଭାବକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କିଛି ଦିନ ତଳେ ବଲାଙ୍ଗୀର ଜିଲା ସଇଁତଳା ବ୍ଲକରେ ଜଣେ ପ୍ରଧାନ ଶିକ୍ଷକ ଏପରି ଆକ୍ରୋଶର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ଯାହାକୁ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ନିନ୍ଦା କରିବା ସହିତ ଔଷଧ ବିତରଣ କାର୍ଯ୍ୟକ୍ରମ ନକରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ନାଏକ କହିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories