ବିଦ୍ୟାଳୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ
କେନ୍ଦୁଝରଗଡ଼ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ହେଲେନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ବିଜ୍ଞାନ ମନସ୍କ ହୋଇ ନୂତନ ଜ୍ଞାନ କୌଶଳ ପ୍ରତି ଅନୁସନ୍ଧିତ୍ସୁ ହେବାକୁ ଆହ୍ୱାନ ଦେଇଥିଲେ। ଏହି ପ୍ରଦର୍ଶନୀରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ସର୍ବମୋଟ ୬୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଡି.ଏନ.ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁନନ୍ଦ ଚରଣ ରଣା ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୃଷ୍ଣପ୍ରସାଦ ବେହେରା ଓ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ମହାନ୍ତ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। କନିଷ୍ଠବର୍ଗରେ ଜାଗୃତି ଖମଣିଆ ପ୍ରଥମ, ବର୍ଷାରାଣୀ ନାଏକ ଦ୍ୱିତୀୟ ଓ ପାର୍ବତୀ ମହାନ୍ତ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ବରିଷ୍ଠ ବର୍ଗରେ ଜ୍ୟୋର୍ତିମୟୀ ନାଏକ ପ୍ରଥମ, ଦିପ୍ତୀମୟୀ ମହାନ୍ତ ଦ୍ୱିତୀୟ ଓ ଚେତସ୍ୱିନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସମସ୍ତ କୃତୀ ପ୍ରତିଯୋଗୀ ବ୍ଲକସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ ହୋଇଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତ ଜଣାଇଛନ୍ତି । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପିତାରାଣୀ ଚାନ୍ଦ, ଉମାଶଙ୍କରୀ ସାହୁ, ମଞ୍ଜୁଳାମଞ୍ଜରୀ ମିଶ୍ର, ପଲ୍ଲବୀ ପଣ୍ଡା, ନମିତା ବିଶ୍ୱାଳ, ଭାରତୀଲତା ନାଏକ, ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦଙ୍କ ସମେତ ସମସ୍ତ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଏହି ପ୍ରଦର୍ଶନୀ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.