www.samajalive.in
Saturday, December 6, 2025
16.1 C
Bhubaneswar

ଦ୍ବନ୍ଦ୍ବରେ ନ ରହି ପାଠପଢାରେ ମନୋନିବେଶ କରନ୍ତୁ +୨ ଛାତ୍ରଛାତ୍ରୀ, ପରୀକ୍ଷା ନେଇ ଜୁନରେ ହିଁ ନିଷ୍ପତ୍ତି : ସମୀର ଦାଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିବାର କିଛି କାରଣ ନାହିଁ। ଏବେ କବେଳ ପାଠପଢାରେ ମନୋନିବେଶ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜୁନ୍‌ ମାସ ପ୍ରଥମ ସପ୍ତାହରେ ସ୍ଥିତି ଦେଖି ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଗୁରୁବାର +୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ନିଜ ପ୍ରତିକ୍ରିୟା ରଖି ଏପରି କହିଛନ୍ତିି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏହାସହିତ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ବନ୍ଦ ହୋଇଯାଉ ବୋଲି କାହାର ଇଚ୍ଛା ନ ଥିଲା। ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଥିଲା। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ ବାଧ୍ୟ ହୋଇ ଆମକୁ ପରୀକ୍ଷା ବାତିଲ କରିବାକୁ ପଡ଼ିଲା। କିନ୍ତୁ ଯୁକ୍ତ +୨ ପିଲା ବୟସରେ ବଡ଼। ତେଣୁ ସେମାନେ ଦ୍ବନ୍ଦ୍ବରେ ନ ରହି ପାଠପଢ଼ାରେ ମନୋନିବେଶ କରିବା ଆବଶ୍ୟକ। ଜୁନ୍‌ ମାସ ପ୍ରଥମ ସପ୍ତାହରେ ବାତାବରଣ ଠିକ୍‌ ହେଲେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ମାଟ୍ରିକ ପରି +୨ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଉ ବୋଲି ଦାବି କରି ଛାତ୍ରଛାତ୍ରୀମାନେ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ କହିବାନୁସାରେ, କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଟ୍ରିକ୍‌ ପିଲାମାନଙ୍କ ପରୀକ୍ଷା ବାତିଲ କରି ଦିଆଗଲା। କିନ୍ତୁ +୨ ପରୀକ୍ଷାକୁ ସ୍ଥଗିତ ରଖାଗଲା। ଏହାଦ୍ବାରା ଆମର ମାନସିକ ଚାପ ବୃଦ୍ଧି ପାଉଛି। ଏହାସହିତ କରୋନା କାଳରେ କିଭଳି ଆମେ ଯାଇ ପରୀକ୍ଷା ଦେବୁ। ଆମକୁ କ’ଣ କରୋନା ହେବନି। ତେଣୁ ସରକାର ଆମ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓ ପରୀକ୍ଷା ବାତିଲ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories