www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ସିଜେନ ଯୋଗାଣ, ଅତ୍ୟାବଶ୍ୟକ ଔଷଧ ଓ ଟିକାକରଣ ପଦ୍ଧତି ଉପରେ ଜାତୀୟ ନୀତି ଆଣିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅନ୍ୟପଟେ ରୋଗୀଙ୍କୁ ଅକ୍ସିଜେନ ମିଳୁନାହିଁ, ଟିକାର ଅଭାବ ଦେଖାଦେଇଛି। ଦେଶରେ କରୋନାର ଏପରି ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିବା ସହିତ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ ଯୋଗାଣ, ଅତ୍ୟାବଶ୍ୟକ ଔଷଧ ଏବଂ ଟିକାକରଣ ପଦ୍ଧତି ଉପରେ ଏକ ଜାତୀୟ ନୀତି ଆଣିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ ଏଲ. ନାଗେଶ୍ଵର ରାଓ ଏବଂ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଖଣ୍ଡପୀଠ ଲକ୍‌ଡାଉନ ଘୋଷଣା କରିବା ଲାଗି ହାଇକୋର୍ଟଙ୍କ ନାୟିକ ଶକ୍ତିର ବି ଯାଞ୍ଚ କରିବେ ବୋଲି କହିଛନ୍ତି। ଏହା ସହିତ କୋଭିଡ-୧୯ ପ୍ରସଙ୍ଗରେ ୬ଟି ହାଇକୋର୍ଟର ଶୁଣାଣି କେତେକ ପ୍ରକାର ଦ୍ବନ୍ଦ୍ବ ସୃଷ୍ଟି କରିପାରେ ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। କୋଭିଡ-୧୯ ସମ୍ପର୍କିତ ଏହି ମାମଲାର ପରିଚାଳନାରେ ସହଯୋଗ କରିବାକୁ ଖଣ୍ଡପୀଠ ବରିଷ୍ଠ ଆଡଭୋକେଟ ହରିଶ ସାଲ୍‌ଭେଙ୍କୁ ନିଯୁକ୍ତ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories