www.samajalive.in
Sunday, December 7, 2025
14.1 C
Bhubaneswar

ଚଳିତ ମାସ ଶେଷ ସପ୍ତାହରେ ‘ମୋ-ସରକାର’ରେ ଗଣଶିକ୍ଷା ବିଭାଗ

ଭୁବନେଶ୍ବର : ଚଳିତମାସ ଶେଷ ସପ୍ତାହରେ ଗଣଶିକ୍ଷା ବିଭାଗ ‘ମୋ-ସରକାର’କୁ ଯିବ। ଏହାକୁ ନେଇ ବିଭାଗ ପକ୍ଷରୁ ସବୁ ଶିକ୍ଷା ନିର୍ଦେଶକ, ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ନିର୍ଦେଶନାମା ଜାରି କରାଯାଇଛି।
ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ମୋ-ସରକାରକୁ ଗଣଶିକ୍ଷା ବିଭାଗ ଯିବ। ତେଣୁ ଶିକ୍ଷା ସେବା ଯେଭଳି ବ୍ୟକ୍ତି କେନ୍ଦ୍ରୀକ ନହୋଇ ଗଣତାନ୍ତ୍ରିକ କେନ୍ଦ୍ରୀକ ହେବ ସେଥିପ୍ରତି ଗୁରୁତ୍ବ ଯତ୍ନବାନ ହୁଅ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମତାମତ ସଂଗ୍ରହ ଲାଗି ପଦକ୍ଷେପ ନିଅ। ଯଦି କୌଣସି କ୍ଷେତ୍ରରେ କୌଣସି ବର୍ଗର ବ୍ୟକ୍ତି କିଛି ବି ସେବା ପାଇଁ ଆସୁଛନ୍ତି ତାକୁ ଆଗ୍ରହର ସହ ଗ୍ରହଣ କରି ସେବା ପ୍ରଦାନ କର। ଓକାକ ପକ୍ଷରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ ଲାଗି ଏକ ସଫ୍ଟୱେୟାର ପଦ୍ଧତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଉକ୍ତ ସଫ୍ଟୱେୟାରରେ ଅପଲୋଡ କରିବାକୁ ଶ୍ରୀମତୀ ମୁଗମ ସବୁ ଶିକ୍ଷା ଅଧିକାରୀଙ୍କୁ ଦର୍ଶାଇଛନ୍ତି। ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ବିଭାଗ ୫-ଟି ଅଧୀନସ୍ଥ ମୋ-ସରକାରକୁ ଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ନେଇ ବିଭାଗ ଉକ୍ତ ପଦକ୍ଷେପ ନେଉଛି। ତେବେ ଗଣ ସମସ୍ୟା ଲାଗି ରହିଥିବା ଏହି ବିଭାଗ କିଭଳି ମୋ-ସରକାରରେ ସଫଳ ହେଉଛି ଏବଂ ଲୋକଙ୍କୁ ସେବା ପ୍ରଦାନ କରୁଛି ତାହା ଦେଖିବାର ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories