www.samajalive.in
Saturday, December 13, 2025
21.1 C
Bhubaneswar

ଖରା ଛୁଟି ବଢ଼ିଲା, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର  : ଚଳିତବର୍ଷ ପାଣିପାଗରେ ଅନିୟମିତତା ଓ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟଦିନ ଠାରୁ ଆଉ ଅଧିକ ୩ ଦିନ ପାଇଁ ସବୁ ଘରୋଇ ଏବଂ ସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଏବେ ଗ୍ରୀଷ୍ମ ଲହରି ଜାରି ରହିଛି। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଯାହାକି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ଆସିବାରେ ଅସୁବିଧା ସୃଷ୍ଟି କରିବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ଖରାଛୁଟିକୁ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଯଦି ଏହି ସମୟ ମଧ୍ୟରେ ପାଣିପାଗରେ ଅନୁକୂଳ ଦେଖାଦିଏ ତା’ହେଲେ ୨୧ତାରିଖ ଦିନ ବିଦ୍ୟାଳୟ ଖୋଲିବ। ନଚେତ୍‍ ପାଣିପାଗରେ ସ୍ଥିତାବସ୍ଥା ଲାଗି ରହିଲେ ପୁନଶ୍ଚ ଛୁଟି ବଢ଼ାଯିବ ବୋଲି ସଚିବ ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନା ଅନୁଯାୟୀ ମାର୍ଚ୍ଚ ୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ସାରଣୀ ପ୍ରଦାନ କରାଯାଇଥିଲା। ଯେଉଁଥିରେ କି ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହେବାକୁ ରହିଥିବାବେଳେ ୩ତାରିଖରୁ ନୂତନ ଶିକ୍ଷାବର୍ଷ ୨୦୧୮-୧୯ ପାଠପଢ଼ା ଆରମ୍ଭ ହୋଇଥିଲା। ମେ’ ୪ରୁ ଗ୍ରୀଷ୍ମଛୁଟି ହେବାପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଗ୍ରୀଷ୍ମତାତିକୁ ନଜରରେ ରଖି ସରକାର ଏପ୍ରିଲ ୨୪ ତାରିଖରୁ ଜୁନ୍‍ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି ଘୋଷଣା କରିଥିଲେ; ମାତ୍ର ବଢ଼ୁଥିବା ଗ୍ରୀଷ୍ମତାତିକୁ ନଜରରେ ରଖି ସରକାର ଗ୍ରୀଷ୍ମ ଅବକାଶକୁ ଆଉ ୩ଦିନ ବଢାଇବାକୁ ଘୋଷଣା କରିଛନ୍ତି।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories