www.samajalive.in
Monday, December 15, 2025
16.1 C
Bhubaneswar

ଗୁଣି ଗାରେଡି ସନ୍ଦେରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ

ବାରିପଦା: ବାରିପଦାଠାରୁ ୧୨ କି.ମି ଦୂର ଚାନ୍ଦୁଆ ଥାନା ଇଲାକା ମାଙ୍କଡକେନ୍ଦା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡରେ ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ମୃତକଙ୍କ ଦୁଇ ସାବତ ଭାଇ ସମେତ ୪ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ସେମାନେ ହେଲେ ଦୁଇ ସାବତ ଭାଇ ଶିବ ସିଂ ଓ ଧୁନ ସିଂଙ୍କ ସହିତ ହତ୍ୟା ଘଟାଇଥିବା ଅଭିଯୁକ୍ତ ଶୁଳିଆପଦା ଥାନା ଇଲାକାର ପଣ୍ଡୁଶୋଳ ଗ୍ରାମର ବିବେକାନନ୍ଦ ହାଁସଦା ଓ ସାଥୀ ଅଭିଯୁକ୍ତ ମାରାଂତାଣ୍ଡି ଗ୍ରାମ ଦାସ୍‌ମତ ମାର୍ଣ୍ଡି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଘରୋଇ କଳିକୁ ନେଇ ଗୁଣି ଗାରେଡି କରୁଥିବା ସନ୍ଦେହରେ ସନୁ ସିଂ(୩୫)ଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । ଯୋଜନା ଅନୁଯାୟୀ ମୃତକଙ୍କ ସାବତ ଭାଇ ମୁଖ୍ୟ ଅଭିଯୁକ୍ତ ଶିବ ସିଂ ଏହି ହତ୍ୟା କାଣ୍ଡ ସକାଶେ ୧୮ ହଜାର ଟଙ୍କା ଦେଇ ଶୁଳିଆପଦା ଥାନା ଇଲାକାର ପଣ୍ଡୁଶୋଳ ଗ୍ରାମର ବିବେକାନନ୍ଦ ହାଁସଦାଙ୍କୁ ନିୟୋଜିତ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଧାରୁଆ ଅସ୍ତ୍ର ରକ୍ତାକ୍ତ କଟୁରୀକୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଶିବ ସିଂଙ୍କ ଘରୁ ଜବତ କରିଛି । ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କୁ ଚାନ୍ଦୁଆ ଥାନା ପୁଲିସ ଦ୍ୱାରା ଶନିବାର ଦିନ ବାରିପଦା କୋର୍ଟକୁ ଚାଲାଣ କରାଯିବା ପରେ ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories