www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟଙ୍କ ପାଇଁ ସେଜୁଆନ ଚଟଣି

ଭାରତର ନୂଆଦିଲ୍ଲୀ: ଭାରତୀୟଙ୍କର ଖାଦ୍ୟ ରୁଚି ବଦଳିବାରେ ଲାଗିଛି । ତାହାସହିତ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତର ଖାଦ୍ୟ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟତମ ଅଗ୍ରଣୀ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍‍ସ ସେଜୁଆନ୍‍ ଚଟଣି ସହିତ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସମ୍ପ୍ରସାରିତ କରିଛି । ନିଲନ୍‍ସର ଚାଇନିଜ ଉତ୍ପାଦ ବର୍ଗରେ ସମ୍ପୂର୍ଣ୍ଣ ନୂଆ ସାମଗ୍ରୀ ଏବଂ ନୂଆ ଯୁଗର ତ୍ୱରିତ ପସନ୍ଦ କରାଯାଇପାରୁଥିବା ଖାଦ୍ୟଗୁଡିକ ମଧ୍ୟରେ ରହିଛି ସେଜୁଆନ ଚଟଣି, ଚୋମିନ ମସଲା, ସୋୟା ସସ୍‍, ଲାଲ ଓ କଞ୍ଚା ଲଙ୍କା ସସ୍‍ ଏବଂ ଅନ୍ୟାନ୍ୟ ଅନେକ କିଛି ।
ସମୁଦାୟ ଚାଇନିଜ ଉତ୍ପାଦ ବର୍ଗରେ ସଂଖ୍ୟାଗରିଷ୍ଠ ଅଂଶ ହାସଲ କରିଥିବା ସେଜୁଆନ ଚଟଣି ବିବିଧ କ୍ଷେତ୍ରରେ ବ୍ୟବହାରିତା ସହିତ ଆଗାମୀ ବର୍ଷଗୁଡିକରେ ବଜାରରେ ଆଧିପତ୍ୟ ବିସ୍ତାର କରିବା ଆଶା କରାଯାଉଛି । ନିଲନ୍‍ସର ସେଜୁଆନ ଚଟଣିକୁ ଯେକୌଣସି ଜଳଖିଆ ସାମଗ୍ରୀ ସହିତ ଖିଆଯାଇପାରିବ, ଅଥବା ନୁଡଲ୍‍ସ ପ୍ରସ୍ତୁତି, ଭାତ ପ୍ରସ୍ତୁତିରେ ଅଥବା ପନିପରିବା ଏବଂ ଆମିଷ ପଦାର୍ଥକୁ ମାରିନେଟ କରିବା ନିମନ୍ତେ ବ୍ୟବହାର କରାଯାଇପାରିବ ।
ଉତ୍ପାଦ ଏବଂ ସମୁଦାୟ ବର୍ଗମାଳା ସମ୍ପର୍କରେ ପ୍ରକାଶକରି ଦୀପକ ସାଂଘଭୀ କହିଛନ୍ତି, ଭାରତରେ ଚାଇନିଜ ହଟ୍‍ ଏବଂ ବାର୍ବିକ୍ୟୁ ସସ୍‍ର ମୋଟ ବଜାର ୨୦୨୨-୨୩ ବର୍ଷରେ ୭୦୦ କୋଟି ଟଙ୍କାରେ ପହଞ୍ଚିବା ନେଇ ନିକଟରେ ଏକ ରିପୋର୍ଟରେ ଆକଳନ କରାଯାଇଛି । ଚାଇନିଜ ଉତ୍ପାଦ ବର୍ଗର ବ୍ୟବସାୟିକ ଅଭିବୃଦ୍ଧି ବାର୍ଷିକ ୧୫ ପ୍ରତିଶତ ପୌନଃପୁନିକ ହାରରେ ହେଉଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories