www.samajalive.in
Saturday, December 6, 2025
26.1 C
Bhubaneswar

ଏସସିବିରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

କଟକ: କଟକ ଏସସିବି ମେଡିକାଲରେ ଦୁଇ ଜଣ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା।  ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶ ପରେ ୩ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛି।  ଡିଏମଇଟି, ଯୁଗ୍ମ ଡିଏମଇଟି ଓ ଏସସିବି ଅଧିକ୍ଷକଙ୍କ ମିଳିତ ଟିମ୍  ତଦନ୍ତ କରୁଛି। ସୂଚନା ମୂତାବକ ମଙ୍ଗଳବାର କଟକ ଏସସିବିରେ ଜଣେ ଡାକ୍ତରଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ। ଦୁଇ ମହିଳା ରୋଗୀ ଏଭଳି ଅଭିଯୋଗ ଆଣିଥିଲେ। ଏ ନେଇ ମହିଳା ରୋଗୀଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ ଡାକ୍ତର ଠାକୁର ଦିଲବାଗ୍ ସିଂକୁ ଗିରଫ କରିଛି। ତେବେ ଘଟଣାର ତଦନ୍ତ କରିବାକୁ ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଥିଲା। ଏଥିପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। ଆଜି ଏହି ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛି। ପରେ ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଏବଂ କିଭଳି ଘଟଣାର ପୁନରାବୃତ୍ତି ନହେବ, ସେ ନେଇ ପ୍ରୋଟକଲ ପ୍ରସ୍ତୁତ ହେବ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories