www.samajalive.in
Wednesday, December 10, 2025
16.1 C
Bhubaneswar

ଏସ୍‌ସିବିରେ ୨୫୦ ଏମ୍‌ବିବିଏସ୍‌ ସିଟ୍‍ରେ ନାମଲେଖାକୁ ଅନୁମୋଦନ

ଭୁବନେଶ୍ୱର  : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଏମବିବିଏସ ସିଟ୍ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବା ପାଇଁ ହୋଇଥିବା ଆବେଦନକୁ ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛି। ଏ ସଂକ୍ରାନ୍ତରେ ଏମସିଆଇର ସହକାରୀ ସଚିବ ଏସ.ସବିତା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଅବଗତ କରାଇଛନ୍ତି।
ସୂଚନାଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପରୀକ୍ଷା ମାନର ଅନୁଧ୍ୟାନ ତଥା ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ସ୍ୱୀକୃତି/ଅନୁମୋଦନ ପାଇଁ ଉପଲବ୍ଧ ଶିକ୍ଷାଦାନ ସୁବିଧା ତନଖି ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏମବିବିଏସ ସିଟ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ଏକ ଆକଳନ ପରିଷଦ ୨୦୧୮ ମେ ୨୯ ଏବଂ ଜୁଲାଇ ୬ ଓ ୭ତାରିଖରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନକାରୀ କମିଟିର ରିପୋର୍ଟକୁ ଏମସିଆଇ ଏକଜିକ୍ୟୁଟିଭ କମିଟି ଗତ ଅଗଷ୍ଟ ୭ରେ ଅନୁଷ୍ଠିତ ବୈଠକରେ ତର୍ଜମା କରିବା ପରେ ଏମବିବିଏସ୍‍ ସିଟ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ମେଡ଼ିକାଲ କଲେଜ ପ୍ରତିଷ୍ଠା ଅଧିନିୟମ ଆଧାରରେ
ଏମବିବିଏସ ସିଟ ବୃଦ୍ଧି ପାଇଁ ଅନୁମତି ପାଞ୍ଚ ବର୍ଷ ପାଇଁ ପ୍ରଦାନ କରାଯିବ ଏବଂ ପାଞ୍ଚ ବର୍ଷ ପରେ ଏହାର ନବୀକରଣ କରାଯିବ। ସ୍ୱୀକୃତି ନବୀକରଣ ଏମବିବିଏସ ସିଟ ଅନୁମୋଦନ କ୍ଷେତ୍ରରେ ପାଳନ ହେଉଥିବା ବିଧି ଅନୁସାରେ କରାଯିବ। ଧାର୍ଯ୍ୟ ଅବଧି ମଧ୍ୟରେ ନବୀକରଣ ପାଇଁ ସ୍ୱୀକୃତି ଆଣିବାରେ ବିଫଳ ହେଲେ ଏମବିବିଏସରେ ନାମଲେଖା ବାତିଲ କରାଯିବାର ବିଧି ରହିଥିବା ଏକଜିକ୍ୟୁଟିଭ କମିଟି ଏହାର ସୁପାରିସରେ ଉଲ୍ଲେଖ କରିଛନ୍ତି।
ଏକଜିକ୍ୟୁଟିଭ କମିଟିର ସୁପାରିସ ସଂକ୍ରାନ୍ତ ଉପରୋକ୍ତ ନିଷ୍ପତ୍ତି ଗତ ୩୧ତାରିଖରେ ଓଭରସାଇଟ କମିଟି ଦ୍ୱାରା ଅନୁମୋଦନ ଲାଭ କରିଛି। ଏହି ପରିପ୍ରେକ୍ଷୀରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏମବିବିଏସ ସିଟ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଁ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ କରିବା ନିମନ୍ତେ ଏମସିଆଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories