ସୁପ୍ରିମକୋର୍ଟ ୱେବ୍‍ସାଇଟ୍‍ ହ୍ୟାକ୍‍

0

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‍ ବି.ଏଚ୍‍ ଲୋୟାଙ୍କ ମୃତ୍ୟୁ ଘଟଣାର ସ୍ୱତନ୍ତ୍ର ତଦନ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବାର ମାତ୍ର କିଛି ମିନି୍‍ଟ ପରେ ସୁପ୍ରିମ୍‍କୋର୍ଟ ୱେବ୍‍ସାଇଟ୍‍ ହ୍ୟାକ୍‍ ହୋଇଯାଇଛି। ବୈଦ୍ୟୁତିକ୍‍ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବାବେଳେ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ସୁପ୍ରିମକୋର୍ଟ ସିଷ୍ଟମର ପରିଚାଳନା କରୁନଥିବା ସ୍ପଷ୍ଟ କରିଛି। ସୁପ୍ରିମକୋର୍ଟ ୱେବ୍‍ସାଇଟ୍‍ରେ କ୍ଲିକ୍‍ କଲେ ହେକଡୋ ବ୍ରାଜିଲ୍‍ ହ୍ୟାକ୍‍ ଟିମ୍‍ ଲେଖା ଆସୁଛି। ଏହାସହ ହୋମପେଜ୍‍ରେ କିଛି ପତ୍ର ଚିହ୍ନ ଆସୁଥିବା ଦେଖିବାକୁ ମିଳୁଛି। ତେଣୁ ବ୍ରାଜିଲ୍‍ର ହ୍ୟାକ୍‍ର ଦଳ ଏହି ହ୍ୟାକ୍‍ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମନ୍ତ୍ରଣାଳୟର ଆପାତ୍ତକାଳୀନ ଅନୁକ୍ରିୟା ଦଳ ସୁପ୍ରିମକୋର୍ଟକୁ ୱେବ୍‍ସାଇଟ୍‍ ପୁନଃସ୍ଥିତିକୁ ଆଣିବାକୁ ପରାମର୍ଶ ଦେବା ସହ ହ୍ୟାକ୍‍ ଘଟଣାର ତଦନ୍ତ କରିବାକୁ କହିଛନ୍ତି।

Leave A Reply