www.samajalive.in
Friday, December 5, 2025
26.1 C
Bhubaneswar

ଲାଲୁଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ବୁଧବାର ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଲାଲୁ ଜେଲରେ ରହିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ନିଜର ଚିକିତ୍ସା କରାଉଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ। ସିବିଆଇ ପକ୍ଷରୁ ଆବେଦନକୁ ବିରୋଧ କରାଯିବା ସହ କୁହାଯାଇଥିଲା ଯେ, ଲାଲୁ ଏକ ଉଚ୍ଚ ପଦବୀରେ ରହି ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିଲେ। ଏଭଳି ମାମଲାରେ ଜାମିନ ପ୍ରଦାନ କରାଗଲେ ଖରାପ ପରମ୍ପରା ସୃଷ୍ଟି ହେବ। ଏମିତି ବି ଲାଲୁ ୮ମାସରୁ ଅଧିକ ହେବ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ରହି ସେ ସିଧାସଳଖ ଭାବେ ରାଜନୀତିରେ ସମ୍ପୃକ୍ତ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ଦର୍ଶାଇ ସେ ଜେଲରେ ରହିବାକୁ ଚାହୁଁ ନାହାନ୍ତି। କିନ୍ତୁ ଏବେ କିପରି ସେ ହଠାତ ସୁସ୍ଥ ହୋଇଗଲେ ଏବଂ ଜାମିନରେ ଯିବାକୁ ଚାହୁଁଛନ୍ତି ବୋଲି ସିବିଆଇ ପକ୍ଷରୁ ପ୍ରଶ୍ନ କରାଯିବା ସହ ତାଙ୍କ ଆବେଦନକୁ ବିରୋଧ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ୮୦ ଦଶକ ପରେ ବିହାରବାସୀଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ହେବ, ଯାହା ଲାଲୁଙ୍କ ବିନା ଉପସ୍ଥିତିରେ ହେବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories