www.samajalive.in
Saturday, December 6, 2025
16.1 C
Bhubaneswar

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଡେସ୍କ: ସୁପ୍ରିମକୋର୍ଟ ଜ୍ଞାନବ୍ୟାପୀ ମସଜିଦ ସର୍ଭେ ବନ୍ଦ କରିବାକୁ ମନା କରି ଦେଇଛନ୍ତି। ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ କୋଠାର ସର୍ଭେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପାଇଁ ଅଞ୍ଜୁମନ ଇଂତେଜାମିଆ ମସଜିଦ୍ କମିଟି ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଆବେଦନ କରିଥିଲା।

ବରିଷ୍ଠ ଓକିଲ ହୁଜେଫା ଅହମ୍ମଦି ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଦର୍ଶାଇଥିଲେ ଯେ ଏହି ମାମଲା ବାରାଣାସୀ ସିଭିଲ କୋର୍ଟରେ ବିଚାରାଧୀନ ଥିବାରୁ ଏହି ସର୍ଭେ କାର୍ଯ୍ୟ ବନ୍ଦ ରଖାଯାଉ। ତେବେ ଖଣ୍ଡପୀଠ ଏହି ମାମଲାରେ ସ୍ଥଗିତାଦେଶ ଦେବାକୁ ମନା କରିବା ସହ କହିଛନ୍ତି ଯେ ମାମଲା ସମ୍ପର୍କିତ ଦସ୍ତାବିଜ ନ ଦେଖି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ ନାହିଁ।

- Advertisement -

ପ୍ରଧାନ ବିଚାରପତି କହିଛନ୍ତି, ଆମେ କାଗଜପତ୍ର ଦେଖି ନାହୁଁ। କ’ଣ ଘଟୁଛି ତାହା ମଧ୍ୟ ଆମେ ଜାଣି ନାହୁଁ। ମୁଁ କିଛି ଜାଣେ ନାହିଁ … ମୁଁ କିପରି ଏକ ଆଦେଶ ଦେଇ ପାରିବି। ମୁଁ ଦସ୍ତାବିଜ ଅନୁଧ୍ୟାନ କରିବି ଏବଂ ତା’ପରେ ନିଷ୍ପତ୍ତି ଗ୍ରହଣ କରିବି।

ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କରୁଥିବା ଅଞ୍ଜୁମନ ଇଂତେଜାମିଆ ମସଜିଦ୍ ପାଇଁ ଅହମ୍ମଦି ହାଜର ହେବା ସହ ସ୍ଥିତାବସ୍ଥାର ଏକ ଆଦେଶ ମାଗି କହିଛନ୍ତି ଯେ ବାରାଣାସୀ ସମ୍ପତ୍ତି ସମ୍ପର୍କରେ ସର୍ଭେ ନିର୍ଦ୍ଦେଶ ଦିଆଯାଇଛି। ବାରାଣାସୀ ସିଭିଲ କୋର୍ଟ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ଜ୍ଞାନବ୍ୟାପୀ ମସଜିଦ ଭିତରେ ହିନ୍ଦୁ ଦେବତାଙ୍କ ଅସ୍ତିତ୍ୱ ସମ୍ବନ୍ଧରେ ପ୍ରମାଣ ଯାଞ୍ଚ କରିବା, ଭିଡିଓଗ୍ରାଫି କରିବା ଏବଂ ପ୍ରମାଣ ସଂଗ୍ରହ କରିବା ପାଇଁ ଏକ ସର୍ଭେ ନିର୍ଦ୍ଦେଶ ଦେଇଛନ୍ତି।

ମେ ୧୨ରେ କୋର୍ଟ କହିଥିଲେ ଯେ ମସଜିଦ କର୍ତ୍ତୃପକ୍ଷଙ୍କ ଆପତ୍ତି ସତ୍ୱେ ଜ୍ଞାନବ୍ୟାପୀ ମସଜିଦର ସର୍ଭେ ଜାରି ରହିବ। ମେ ’୧୦ ସୁଦ୍ଧା ଏକ ରିପୋର୍ଟ ଦାଖଲ କରିବାକୁ ସ୍ଥାନୀୟ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମସଜିଦ କମିଟି ମସଜିଦ ଭିତରେ ଭିଡିଓଗ୍ରାଫିକୁ ବିରୋଧ କରୁଥିବାରୁ ସର୍ଭେ ହୋଇପାରିନଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories