www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ପ୍ରଦାନ ଆଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ପ୍ରଦାନ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଜଣେ ଆଇନ ଛାତ୍ରଙ୍କ ଦ୍ୱାରା ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଜଷ୍ଟିସ ଅଶୋକ ଭୂଷଣ ଏବଂ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଚିନ୍ମୟାନନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏବଂ ଏଥିରେ କୌଣସି ହସ୍ତକ୍ଷେପର ଆବଶ୍ୟକ ନାହିଁ।

ତେବେ ଚିନ୍ମୟାନନ୍ଦଙ୍କ ବିରୋଧରେ ଥିବା ଏହି ମାମଲାକୁ ଦିଲ୍ଲୀର ଏକ କୋର୍ଟକୁ ହସ୍ତାନ୍ତର କରିବାକୁ ହୋଇଥିବା ପୃଥକ ନିବେଦନ ଉପରେ ବେଞ୍ଚ ଉତ୍ତରପ୍ରଦେଶ ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଫେବୃଆରୀ ୯ରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏକ କଲେଜରେ ଆଇନ ଅଧ୍ୟୟନ କରୁଥିବା ଜଣେ ମହିଳାଙ୍କ ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିବା ଚିନ୍ମୟାନନ୍ଦଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories