ବିଚାରପତି ପଦ ପାଇଁ ୩ ନାମ ସୁପାରିସ

କଟକ : ସୁପ୍ରିମକୋର୍ଟ କଲେଜିୟମ ଦୁଇ ଜଣ ବିଚାର ବିଭାଗୀୟ ଅଧିକାରୀ ଓ ଜଣେ ଆଇନଜୀବୀଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ସୁପାରିସ କରିଛି। ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ ଏକାଡ଼େମୀର ନିର୍ଦେଶକ ଗୌରୀଶଙ୍କର ଶତପଥୀ ଏବଂ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାଶଙ୍କ ନାମକୁ ସୁପାରିସ କରାଯାଇଛି। ସେହିଭଳି ଆଇନଜୀବୀ ଶ୍ରୀମତୀ ସୁମନ ପଟ୍ଟନାୟକଙ୍କ ନାମକୁ ମଧ୍ୟ ବିଚାରପତି ପାଇଁ ସୁପାରିସ କରିଛି କଲେଜିୟମ। ତେବେ କେନ୍ଦ୍ର ସରକାର କଲେଜିୟମ ନିଷ୍ପତ୍ତି ଉପରେ ମୋହର ଲଗାଇଲେ ଓଡିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ସଂଖ୍ୟା ବୃଦ୍ଧି ପାଇବ।

kalyan agarbati

Comments are closed.