www.samajalive.in
Monday, December 15, 2025
26.1 C
Bhubaneswar

ଜୟନ୍ତୀ ଅବସରରେ ନୃସିଂହ ଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ସମ୍ବଲପୁର :  ‘ପଶ୍ଚିମ ଓଡିଶାର ଗାନ୍ଧୀ’ ରୂପେ ସୁପରିଚିତ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଖ୍ୟାତ ସାମ୍ବାଦିକ ନୃସିଂହ ଗୁରୁଙ୍କ ୧୨୧ତମ ଜୟନ୍ତୀ ଅବସରରେ କୃତଜ୍ଞ ସମ୍ବଲପୁର ବାସୀ ତାଙ୍କ ତ୍ୟାଗପୂତ ଜୀବନ ଓ ଆଦର୍ଶର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ଆଜି ପୂର୍ବାହ୍ନରେ ଦଳମତ ନିର୍ବିଶେଷରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମନ୍ଦଲିଆ ସ୍ଥିତ ନୃସିଂହ ଗୁରୁ ପାର୍କରେ ସ୍ବର୍ଗତ ଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ପୂର୍ବତନ ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଗୋଲକ ବିହାରୀ ମିଶ୍ର, କାର୍ତ୍ତିକ ପ୍ରସାଦ ବହିଦାର, ରାଜେନ୍ଦ୍ର ସତନାମୀ, ଦିଲ୍ଲୀପ ପୃଷ୍ଟି, ସରୋଜ ମହାପାତ୍ର, କବି ଗଦାଧର ନିଆଳ, ରାଧାମୋହନ ପଣ୍ଡା, ଅଶୋକ ପଟେଲ, ସୁବୋଧ ରାଉତ, ବିଜେଡି ନେତ୍ରୀ ପଦ୍ମାଳୟା ପଟ୍ଟନାୟକ, ସ୍ନିଗ୍ଧାଶ୍ରୀ ବହିଦାର, ନେତ୍ରମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories