www.samajalive.in
Sunday, December 14, 2025
26.1 C
Bhubaneswar

ଭରାନଦୀକୁ ଖସିପଡିଲେ ୮ବର୍ଷର ବାଳକ ଓ ବୃଦ୍ଧ, କୌଶଳ କ୍ରମେ ୨ ଉଦ୍ଧାର

ଆରଡି :  ଆରଡିପୀଠ ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ଯାତ୍ରୀବାହୀ ଓ ବାଲି ବୋଝେଇ ଡଙ୍ଗା ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଭରା ନଦୀକୁ ଖସି ପଡିଥିଲେ ଜଣେ ବୃଦ୍ଧ ମୁରଲିଧର ନାୟକ(୬୮)ଙ୍କ ସହ ରାଜକନିକାରୁ ବାପାଙ୍କ ସହ ଆଖଣ୍ଡଳମଣି ଦର୍ଶନ ପାଇଁ ଆସିଥିବା ୭ବର୍ଷର ବାଳକ ଅଭିଜିତ ନାୟକ(୮)। ଡଙ୍ଗାରେ ଆବଶ୍ୟକ ଅନୁଯାୟୀ ଲାଇଫ ଜାକେଟ ଓ ଟ୍ୟୁବ ନଥିବାରୁ ଉଦ୍ଧାର ପାଇଁ ପାଖାପାଖି ୧୦ମିନିଟ ଲାଗିଥିଲା । ହେଲେ ନଦୀର ପ୍ରଖର ଜୁଆରପାଣି ଓ ହିଂସ୍ର କୁମ୍ଭୀର ମୁହଁରୁ ଉଦ୍ଧାର କରିବାରେ କେବଳ ବାବା ଆଖଣ୍ଡଳମଣି ସାହା ଭରଷା ହେଲେ ବୋଲି ବାସ୍ତବ ଚିତ୍ରର କଥା କହିଛନ୍ତି ବାଳକର ବାପା ଅକ୍ଷୟ ନାୟକ । ଦୁର୍ଘଟଣା ଏପରି ଥିଲା ନଦୀର ଜଳ ୨ଭାଗ ହୋଇଯାଇଥିବା ବେଳେ ପ୍ରଖର ସ୍ରୋତରେ ଡଙ୍ଗା ଟଳମଳ ହେଉଥିଲା। ନଦୀକୁ ଖସି ପଡିଥିବା ବୃଦ୍ଧ ଓ ବାଳକଙ୍କୁ କିପରି ଉଦ୍ଧାର କରିବେ କେହି କିଛି ଆକାର ପାଇନଥିଲେ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ତେବେ କିଛି ସମୟ ପରେ ଡଙ୍ଗା ଚାଳକଙ୍କ କୌଶଳ ଯୋଗୁ ୨ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା, ହେଲେ ଉଭୟ ସୁସ୍ଥ ଥିବାରୁ ମେଡିକାଲରୁ ଫେରି ମଣିବାବାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୧୫ଜଣ ଯାତ୍ରୀଙ୍କ ସହ ୪\୫ଟି ୨ଚକିଆ ଗାଡି ପାରି ହେଉଥିବା କହିଛନ୍ତି  ପ୍ରତ୍ୟକ୍ଷଦର୍ଶୀ। ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ଚାନ୍ଦବାଲି ଠାରୁ ଆରଡି ଅଭିମୁଖେ ଯାତ୍ରୀବାହୀ ମଟର ଡଙ୍ଗା ଆସୁଥିବା ବେଳେ ଆରଡି ପଟୁ ଫେରୁଥିବା ଏକ ବାଲି ବୋଝେଇ ଡଙ୍ଗା ସହ ଧକ୍କା ହେବାରୁ ଯାତ୍ରୀବାହୀ ଡଙ୍ଗାର ଦୁର୍ଘଟଣା ଘଟିଥିଲା। କିଛିମାସ ହେବ ପ୍ରଶାସନ ଆଖିରେ ଧୂଳି ଦେଇ କିଛି ବାଲି ମାଫିଆ ମଟର ଚାଳିତ ଡଙ୍ଗା ଦ୍ବାରା ବେନିୟମ ଭାବେ ବାଲି ଆଣି ପଡୋଶୀ ଜିଲା ସମେତ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏପରିକି ଅନେକ ସମୟରେ ଯାତ୍ରୀବାହୀ ଡଙ୍ଗା ସହ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଦେଖା ଦେଉଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ ସମ୍ପୃକ୍ତ ବାଲିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ଯାତ୍ରୀବାହୀ ଡଙ୍ଗାରେ ନିୟମ ଅନୁଯାୟୀ ଅଧିକ ଯାତ୍ରୀ ପରିବହନ କରୁଥିବାରୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଦେଖାଯାଉଛି । ଏପରି ଘଟଣା ସଂପର୍କରେ ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories