www.samajalive.in
Saturday, December 6, 2025
15.1 C
Bhubaneswar

କଡାକଡି କରୋନା କଟକଣା ଲାଗୁ ପାଇଁ ବ୍ୟାପକ ଚେକିଂ 

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣରେ ବୃଦ୍ଧି ଯୋଗୁଁ ଏବେ ସରକାର ପଶ୍ଚିମ ଓଡିଶାର ୧୦ଟି ଜିଲାରେ ସୋମବାର ଠାରୁ ରାତ୍ରିକାଳୀନ କର୍ଫ୍ୟୁ ସହିତ କୋଭିଡ–୧୯ ନିୟମକୁ ଆହୁରି କଡାକଡି ଭାବରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲାରେ ଏସପି ବାଟ୍ଟୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶାନୁଯାୟୀ ଦିନରେ ମାସ୍କ ଓ ହେଲମେଟ ଚେକିଂ ଏବଂ ରାତ୍ରିରେ କର୍ଫ୍ୟୁ ଲାଗୁ କରାଯାଉଛି। ବୁଧବାର ଅଚାନକ ଦିନ ପ୍ରାୟ ୧୨ଟା ସମୟରେ ଜିଲା ପୁଲିସ ପକ୍ଷରୁ ସମ୍ବଲପୁରର ବ୍ୟସ୍ତବହୁଳ ଛକ ଲକ୍ଷ୍ମୀ ଟକିଜ ଛକରେ କୋଭିଡ–୧୯ ନିୟମ ଲାଗୁ ନିମନ୍ତେ କଡା ଚେକିଂ କରାଯାଇଥିଲା। ଏହି ଚେକିଂ ସମୟରେ ଏସପି ଗଙ୍ଗାଧର, ସଦର ଏସଡିପିଓ ତପନ କୁମାର ମହାନ୍ତି, ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ସମେତ ଅନ୍ୟ ଅଧିକାରୀ, ପୁଲିସ କର୍ମଚାରୀ ଓ ଟ୍ରାଫିକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଚେକିଂ ସମୟରେ ବିନା ମାସ୍କରେ ଯାତାୟାତ କରୁଥିବା ବ୍ୟକ୍ତି ମାନଙ୍କୁ କରୋନା ସର୍ମ୍ପକରେ ସଚେତନତା କରିବା ସହିତ ଅମାନିଆ ମାନଙ୍କୁ ଫାଇନ କରାଯାଇଥିଲା। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା କଡା ଚେକିଂ ସମୟରେ ୬୩ ଜଣଙ୍କ ଠାରୁ ସମୁଦାୟ ୧୨ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଅବସରରେ ଏସପି ଗଙ୍ଗାଧର କହିଛନ୍ତି ଯେ, କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତଙ୍କୁ କୋଭିଡ–୧୯ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଛି। ତେବେ ଯେଉଁ ବ୍ୟକ୍ତି, ପ୍ରତିଷ୍ଠାନ ମାନେ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ନ କରିବା, ସାନିଟାଇଜେସନ ବ୍ୟବସ୍ଥା ନ କରିବା ଆଦି କରୋନା ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତକାଲି କିଛି ମଲ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ଫାଇନ କରାଯାଇଛି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ନିୟମ ନ କରନ୍ତି ତାହା ହେଲେ ଜରିମାନା ଆଦାୟ ସହିତ ଉକ୍ତ ପ୍ରତିଷ୍ଠାନକୁ ସିଲ ମଧ୍ୟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଏସପି କହିଛନ୍ତି। ସରକାରଙ୍କ ବାରମ୍ବାର ସଚେତନତା ସତ୍ୱେ ଏବେ ମଧ୍ୟ ଅନେକ କୋଭିଡ ନିୟମକୁ ମାନୁ ନ ଥିବାର ପରିଲକ୍ଷିତ ହେଉଥିବା ବେଳେ ଅଚାନକ ପୁଲିସ ପ୍ରଶାସନ ଦ୍ୱାର ବ୍ୟସ୍ତତମ ସମୟରେ ଲକ୍ଷ୍ମୀ ଟକିଜ ଛକରେ ଚେକିଂ ଆରମ୍ଭ କରିବାରୁ ଭୟର ପରିବେଶ ସୃଷ୍ଟି ହୋଇଯାଇଥିଲା। ଏହି ଘଟଣାକୁ ନେଇ କିଛି ବ୍ୟକ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେବା ପରେ ବିଭିନ୍ନ ପ୍ରକାରର ସପକ୍ଷ ଓ ବିପକ୍ଷ ବାଦୀ ମତ ଲୋକେ ଦେଉଥିବାର ପରିଲକ୍ଷିତ ହୋଇଥିଲା। ତେବେ ସମ୍ବଲପୁରରେ ବିଗତ ଦିନରେ ଯେଭଳି ଭାବରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଉଛି, ତାହାକୁ ଧ୍ୟାନରେ ରଖି ସଚେତନ ନାଗରିକ ମାନେ ପୁଲିସର ଏହି ଉଦ୍ୟମକୁ ସ୍ୱାଗତ କରୁଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories