www.samajalive.in
Tuesday, December 9, 2025
17.1 C
Bhubaneswar

ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ୭ଟି ଜିଲାକୁ ୧୪ଟି ଅମ୍ଲଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ

ସମ୍ବଲପୁର: ପଶ୍ଚିମ ଓଡିଶାରେ ବିଜୁଳି ସେବା ବିତରଣ କମ୍ପାନୀ ଟାଟା ପାୱାର ୱେର୍ଷ୍ଟଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ) ପକ୍ଷରୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନସ୍ଥ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ନୁଆପଡା ଓ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ୨ଟି ଲେଖାଏଁ ସମୁଦାୟ ୧୪ଟି ଅମ୍ଲଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଆରଡିସି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରଡିସିଙ୍କ ସଚିବ ଭୀମସେନ ପୁନମକାନ୍ତଙ୍କ ଉପସ୍ଥିତିରେ ୫ଟି ଜିଲାର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରତିନିଧିମାନଙ୍କୁ ଏହି ଅମ୍ଲଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ କରାଯାଇଛି। ଯେଉଁ ଜିଲାର ପ୍ରତିନିଧି ଆସି ପାରି ନ ଥିଲେ ସେଠାକୁ ଏହି ଯନ୍ତ୍ର ପହୁଞ୍ଚାଇ ଦିଆଯିବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା।

ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ସିଇଓ ଗଜାନନ କାଲେ କହିଛନ୍ତି ଯେ ଟାଟା ପାୱାର ପକ୍ଷରୁ ପଶ୍ଚିମ ଓଡିଶାର ବିଦ୍ୟୁତ ବିତରଣ ସେବା ହାତକୁ ନିଆଯାଇଥିବା ବେଳେ ପ୍ରତି ଜିଲାରେ ଉତ୍ତମ ସେବା ପ୍ରଦାନ ପାଇଁ ଗ୍ରାହକ ସେବା ସହାୟତା ନମ୍ବର ଆରମ୍ଭ କରାଯାଇଛି। ଏହା ସହିତ ପାରିପାଶ୍ୱିକ ପାଣ୍ଠିର ବିନିଯୋଗ ଅର୍ନ୍ତଗତ କମ୍ପାନୀ ତରଫରୁ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଏହି ଯନ୍ତ୍ରଗୁଡିକ ଜିଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ କଳାହାଣ୍ଡି ଚିକିତ୍ସାଳୟ ଗୁଡିକୁ ୨ଟି ଲେଖାଏଁ ଅମ୍ଲଜାନ ସାନ୍ଦ୍ରିକରଣ ଯନ୍ତ୍ର ଯୋଗାଇ ଦିଆଯିବ ବୋଲି ସିଇଓ କାଲେ କହିଛନ୍ତି। ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ସୁନୀଲ ଶର୍ମା, ସୁମିତ ଘୋଷ, କସମସ ଲାକ୍ରା, ମନୋଜ ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories