www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାର ତୃତୀୟ ଏବଂ ଦେଶର ୭୫ତମ ଫିଲାଟେଲୀ ବ୍ୟୁରୋ ସମ୍ବଲପୁରରେ ଉଦଘାଟିତ

ସମ୍ବଲପୁର: ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡିଶାର ତୃତୀୟ ‘ଫିଲାଟେଲୀ ବ୍ୟୁରୋ’ ସମ୍ବଲପୁର ଠାରେ ଶନିବାର ଉଦଘାଟିତ ହୋଇଯାଇଛି। ଅପରାହ୍ନ ୫ଟା ସମୟରେ ସମ୍ବଲପୁର ସ୍ଥିତ ମୁଖ୍ୟ ଡାକଘର କୋଠାରେ ଏହି ଫିଲାଟେଲୀ ବ୍ୟୁରୋର ଉଦଘାଟନ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ କରିଛନ୍ତି। ଏହି ଫିଲାଟେଲୀ ବ୍ୟୁରୋ କାର୍ଯ୍ୟଳୟରେ ଭାରତୀୟ ପେଷ୍ଟୋଜ ଷ୍ଟାମ୍ପର ସଂଗ୍ରହାଳୟ ସହିତ ଫିଲାଟେଲୀ ଡିପୋଜିଟ ଏକାଉନ୍ଟ, ନିଜ ନାମରେ ଷ୍ଟାମ୍ପ ମୁଦ୍ରଣ କରାଇବା, ନୂତନ ସ୍ପେଶାଲ କଭର ର କଲକ୍ସେନ, ଫାଷ୍ଟ ଡେ କଭର, ବାର୍ଷିକ ପ୍ୟାକ, ସୋଭନିୟର ସିଟ ଆଦି ସେବା ଦିଆଯିବ। ଏହି ଫିଲାଟେଲୀ ବ୍ୟୁରୋ ମଧ୍ୟରେ ସମ୍ବଲପୁର ପୋଷ୍ଟାଲ ରିଜନ ଅଧିନସ୍ଥ ୭ଟି ଡିଭିଜନ ଯଥା ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ, ଢ଼େଙ୍କାନାଳ, କେନ୍ଦୁଝର, ରାଉରକେଲା ଏବଂ ଆରଏମଏସ ଡିଭିଜନ ରହିଛି। ସମସ୍ତ ଡିଭିଜନ ଅର୍ନ୍ତଗତ ୧୦ଟି ଜିଲା ଯଥା ସମ୍ବଲପୁର, ବରଗଡ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ଅନୁଗୁଳ ଜିଲାର ବାସିନ୍ଦା ମାନେ ଏହି ଫିଲାଟେଲୀ ବ୍ୟୁରୋରୁ ସୁବିଧା ପାଇପାରିବେ। ଏହି ବ୍ୟରୋ ଓଡିଶାରେ ତୃତୀୟ ଏବଂ ଭାରତରେ ୭୫ତମ ଅଟେ। ପୂର୍ବରୁ କଟକ ଓ ଭୁବନେଶ୍ୱରରେ ଡାକ ବିଭାଗ ପକ୍ଷରୁ ଫିଲାଟେଲୀ ବ୍ୟୁରୋ ଖୋଲାଯାଇଛି। ଏହି ବ୍ୟୁରୋ ମାଧ୍ୟମରେ ଷ୍ଟାମ୍ପ କଲେକ୍ସନ କରୁଥିବା ବ୍ୟକ୍ତି ଓ ଦୁର୍ଲଭ ଷ୍ଟାମ୍ପ ବିକ୍ରି / ଦାନ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନଙ୍କୁ ବିଶେଷ ସହାୟ ହେବ। ଏହା ସହିତ ଡାକ ବିଭାଗ ଦ୍ୱାରା ଷ୍ଟାମ୍ପ ସର୍ମ୍ପକିତ ଦିଆଯାଉଥିବା ବିଭିନ୍ନ ସେବା ଗୁଡିକ ମଧ୍ୟ ସୁବିଧାରେ ଜନତାଙ୍କୁ ଉପଲବ୍ଧ ହେବ। ଏଠାରେ ଅନେକ ଦୁର୍ଲଭ ଷ୍ଟାମ୍ପ ଗୁଡିକର ଏକ କଲେକ୍ସନ ପ୍ରଦର୍ଶିତ କରାଯାଇଛି। ଏହା ପ୍ରତ୍ୟହ ସକାଳ ୯ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସମ୍ବଲପୁର ଡାକ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ଭାରତୀୟ ସୂଚନା ମନ୍ତ୍ରାଳୟ ଦ୍ୱାରା ସମ୍ବଲପୁରର ମୁଖ୍ୟ ଡାକଘର କୋଠା ଭାରତ ସରକାରଙ୍କ ଦ୍ୱାରା ହେରିଟେଜ ବିଲଡିଂର ମାନ୍ୟତା ପାଇଛି। ସମ୍ବଲପୁରରେ ପୋଷ୍ଟ ଅଫିସ ୧୮୨୪ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୮୫୪ ମସିହାରେ ଏହାକୁ ପରିବର୍ଦ୍ଧିତ କରାଯାଇଥିଲା। ଏବେ କାର୍ଯ୍ୟକ୍ଷମ ମୁଖ୍ୟ ଡାକଘର କୋଠାଟି ୧୯୦୦ ମସିହାରୁ ତାର ସେବା ଜନତାଙ୍କୁ ଦେଇ ଆସୁଥିବା ବେଳେ ଏବେ ଏହି କୋଠାରେ ମୁଖ୍ୟ ଡାକଘର ସହିତ ଇଣ୍ଡିଆ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପାସପୋର୍ଟ ସେବା କେନ୍ଦ୍ର ମଧ୍ୟ ରହିଛି। ଏବେ ନୂତନ ଭାବରେ ଫିଲାଟେଲୀ ବ୍ୟୁରୋ କାର୍ଯ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି। ଏହି ଫିଲାଟେଲୀ ବ୍ୟୁରୋର ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ରିଜନ ପୋଷ୍ଟ ମାଷ୍ଟର ଜେନେରାଲ ଲଲିତେନ୍ଦୁ ପ୍ରଧାନ, ସୁପରିନ୍ଟେଣ୍ଡାନ୍ଟ ବି.ବି. ନେଗି, ଆସିଷ୍ଟାନ୍ଟ ଡାଇରେକ୍ଟର ସଞ୍ଜୟ ବିଶ୍ୱାଳ, ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ଲମ୍ବୋଦର ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories