www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ୭ଲକ୍ଷ କୋଟି ନିବେଶ କରିବ ସାଉଦି ଆରବ

ନୂଆଦିଲ୍ଲୀ: ସାଉଦି ଆରବ, ଭାରତରେ ଶକ୍ତି, ବିଶୋଧନ, ପେଟ୍ରୋକେମିକାଲ, ସଂରଚନା, କୃଷି ଏବଂ ଵିନିର୍ମାଣ କ୍ଷେତ୍ରରେ ୭ଲକ୍ଷ କୋଟି ଟଙ୍କା ନିବେଶ କରିବ। ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ସମ୍ବାଦଦାତାମାନଙ୍କୁ ସୂଚନା ଦେଇ ବିଦେଶ ମନ୍ତ୍ରାଳୟର ଆର୍ଥିକ ବିଭାଗ ସଚିବ ଟି. ଏସ. ତିରୁମୂର୍ତି କହିଛନ୍ତି, ଏହା ଭାରତର ଅର୍ଥ ବ୍ୟବସ୍ଥା ଉପରେ ସାଉଦି ଆରବର ବିଶ୍ୱାସ ପ୍ରମାଣିତ କରୁଛି। ସେ କହିଛନ୍ତି, ଉଭୟ ଦେଶ ଦ୍ବିପକ୍ଷୀୟ ସମ୍ବନ୍ଧ ଆହୁରି ମଜବୁତ କରିବା ପାଇଁ ପ୍ରତିଶୃତିବଦ୍ଧ। ଶ୍ରୀ ତିରୁମୂର୍ତି କହିଛନ୍ତି, ଉଭୟ ଦେଶର ନେତା ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ପାକିସ୍ତାନର ସମ୍ପୃକ୍ତି ନେଇ ଉଭୟ ନେତା ଆଲୋଚନା କରିଥିଲେ। ଆତଙ୍କବାଦ ଓ ଆତଙ୍କବାଦୀ ମୌଳିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା, ଯେଉଁମାନେ ଏହାକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଦଣ୍ଡିତ କରିବା ବିଷୟକୁ ଉଭୟ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍‍ ସଲ୍‍ମନ୍‍ ବିନ୍‍ ଅବଦୁଲ୍‍ ଅଜିଜ୍‍ ଅଲସୌଦ୍‍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମର୍ଥନ କରିଛନ୍ତି। ଆତଙ୍କବାଦୀ ବିରୋଧୀ ପ୍ରୟାସ କ୍ଷେତ୍ରରେ ଉଭୟ ଦେଶର ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ ଆପୋଷ ଆଲୋଚନା କରିବା ପାଇଁ ଆଲୋଚନାରେ ସ୍ଥିର ହୋଇଥିବା ଜଣାପଡିଛି। ଏଥି ପାଇଁ ଏକ ମିଳିତ ଆତଙ୍କବାଦ ବିରୋଧୀ ଗୋଷ୍ଠୀ ଗଠନ ହେବ। ଅନ୍ୟ ପକ୍ଷରେ ସାଉଦି ଆରବ ଜେଲରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟଙ୍କ ପ୍ରତି ସାଉଦି ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories